ଭୁବନେଶ୍ଵର, ୨୩/୦୮ : ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ସିଏମ୍ ନବୀନ ନିବାସରେ ପହଞ୍ଚିଛନ୍ତି। ନବୀନଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ରବିବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେସନ୍ ଯୋଗୁଁ ଅସୁସ୍ଥ ହୋଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।
ନବୀନ ସୁସ୍ଥ ହୋଇ ଘରକୁ ଫେରିବା ପରେ ନିୟମିତ ତାଙ୍କୁ ଭେଟିବାକୁ ନେତା ଓ ଶୁଭେଚ୍ଛୁ ନବୀନ ନିବାସ ଆସୁଛନ୍ତି । ଶୁକ୍ରବାର ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ଓ ତାଙ୍କ ପତ୍ନୀ ନବୀନ ନିବାସରେ ପହଞ୍ଚିଥିଲେ। ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ସମୟରେ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବିଜେଡିର ବହୁ ବରିଷ୍ଠ ନେତା ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ବରିଷ୍ଠ ନେତା ଦେବୀ ମିଶ୍ର, ଗଣେଶ୍ୱର ବେହେରା, ନିରଞ୍ଜନ ପୂଜାରୀ, ରଜନୀକାନ୍ତ ସିଂ, ମନ୍ମଥ ରାଉତରାୟ ପ୍ରମୁଖ ନବୀନଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।...