ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଗିରଫ ହେଲେ କଟକ ସିଡିଏମ୍‌ଓର ବରିଷ୍ଠ କିରାଣୀ କିଶୋର ସାହାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

Published By : Rasmita Pradhan | August 23, 2025 10:37 AM

କଟକ, ୨୩/୦୮ : ଗିରଫ ହେଲେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ (ସିଡିଏମ୍‌ଓ)ର ବରିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଭିଜିଲାନ୍ସ ଚଢାଉ ବେଳେ କିଶୋରଙ୍କ ୧୯ଟି ଦାମୀ ପ୍ଲଟ୍ ଠାବ ହୋଇଛି। ଏତଦ୍ ବ୍ୟତୀତ ଯୋବ୍ରା ନୂଆସାହିରେ ଅଢ଼େଇ ହଜାର ବର୍ଗଫୁଟ୍‌ ପରିମିତ ଜମିରେ ବିଲ୍‌ଡିଂ, ଚୌଦ୍ୱାରରେ ବିଳାସପୂର୍ଣ୍ଣ ଫାର୍ମହାଉସ୍‌, ବଡ଼ କୁକୁଡ଼ା ଫାର୍ମ ରହିଛି। ଏହା ସହ କିଶୋରଙ୍କ ଘରୁ ନଗଦ ସାଢ଼େ ତିନି ଲକ୍ଷ ନଗଦ ଟଙ୍କା ସହ ୧୩୫ ଗ୍ରାମ୍‌ର ସୁନାଗହଣା ଜବତ ହୋଇଛି। ୫୫ ଲକ୍ଷରୁ ଅଧିକ ଟଙ୍କାର ଡିପୋଜିଟ୍ ଠାବ ହୋଇଛି। 

ଖାଲି ସେତିକି ନୁହେଁ, ସିଡିଏମ୍‌ଓ ଅଫିସ୍‌ର ଏହି କରିତ୍‌କର୍ମା ବାବୁଙ୍କୁ ଗତ ଜୁଲାଇ ମାସରେ ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଅର୍ଥରାଶିର ହେରଫେର ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ଠିକ୍‌ ମାସକ ପରେ ଶୁକ୍ରବାର ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେବା ପରେ ଅମାପ ସମ୍ପତ୍ତି ଠାବ ହୋଇଛି । ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ କିଶୋରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌ ହୋଇଯାଇଛନ୍ତି । ୧୯୯୭ ମସିହାରେ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ଜୁନିଅର ଆସିଷ୍ଟାଣ୍ଟ୍‌ ଭାବେ ମାହାଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସରକାରୀ ଚାକିରି ଆରମ୍ଭ କରିଥିଲେ କିଶୋର । ପରେ ୨୦୦୦ ମସିହାରେ ବାଙ୍କୀ ବଦଳି ହୋଇଥିଲା । ମାତ୍ର ବର୍ଷେ କାମ କରିବା ପରେ ତାଙ୍କୁ କଟକ ସିଟି ହସ୍‌ପିଟାଲକୁ ବଦଳି କରି ଅଣାଯାଇଥିଲା । ବାବୁ ଏଇଠି କୋଳି ଖାଇ ମଞ୍ଜି ପୋତିଲେ । ୨୦୦୧ ଏପ୍ରିଲରୁ ୨୦୧୬ ଏପ୍ରିଲ ଯାଏ ଦୀର୍ଘ ୧୫ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ସହ ତାଙ୍କର ପଦୋନ୍ନତି ହୋଇ ସିନିଅର ଆସିଷ୍ଟାଣ୍ଟ୍‌ ହେଲେ । 

ସିଟି ହସ୍‌ପିଟାଲ୍‌ରେ କାମ କରିବା ସମୟରେ କିଶୋରଙ୍କ ବିରୋଧରେ ବଡ଼ଧରଣର ଆର୍ଥିକ ତୋଷାରପାତ ଅଭିଯୋଗ ଆସିଥିଲା । କରିତ୍‌କର୍ମା କିରାଣି କିଶୋର ପ୍ରାୟ ୧ କୋଟି ୩୯ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଡିଟ୍‌ ଟିମ୍‌ ଯାଞ୍ଚ୍‌ ବେଳେ ସାମ୍ନାକୁ ଆସିଥିଲା । ତୁରନ୍ତ ଏହି ଟଙ୍କା ଆଦାୟ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । କିଶୋର ୩୨ ଲକ୍ଷ ୭ ହଜାର ୪୩୨ ଟଙ୍କା କମ୍‌ ପଇଠ କରିବା ସହ ୧ କୋଟି ୫ ଲକ୍ଷ ୭୦ ହଜାର ଟଙ୍କାର ବିଲ୍‌ ଭାଉଚର୍‌ ଲୁଚାଇବା କିମ୍ବା ନଷ୍ଟ କରି ଦେଇଥିବାର ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା। 

ସରକାରୀ ଅର୍ଥ ତୋଷାରପାତ ଅଭିଯୋଗର ତଦନ୍ତ ଚାଲୁଥିବା ବେଳେ କିଶୋର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦୃଢ଼ ସୂଚନା ପାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ୱାରେଣ୍ଟ ବଳରେ ଶୁକ୍ରବାର ଭୋର ୫ଟାରୁ ତାଙ୍କ ଘର, ଫାର୍ମହାଉସ୍‌ ଭଳି ଏକାସଙ୍ଗେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । କଟକ ଯୋବ୍ରା ନୂଆସାହିର ତିନିମହଲା ଘର, ଚୌଦ୍ୱାର ପଳାଶିଆରେ ଥିବା ଘର ଓ କୁକୁଡ଼ା ଫାର୍ମରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ୍‌ କରିଥିଲେ । ସେହିପରି କଟକ ଦେଉଳସାହିରେ ଥିବା ଶ୍ଵଶୁର ଘର, କିଶୋରନଗର ଉତ୍ତରକୂଳରେ ଥିବା ପୈତୃକ ଘର ଏବଂ ସେ କାମ କରୁଥିବା ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଥିଲେ ଭିଜିଲାନ୍ସ ଅଧିକାରୀ । କିଶୋର ସାହାଣୀଙ୍କ ୧୯ଟି ଦାମୀ ପ୍ଲଟ୍‌ ରହିଥିବା କାଗଜପତ୍ରରୁ ଜଣାପଡ଼ିଥିଲା । ଏଥିରୁ ୧୮ଟି ପ୍ଲଟ୍‌ କଟକ ସହର, ସହର ଉପକଣ୍ଠରେ ରହିଥିବାବେଳେ ଗୋଟିଏ ଜଟଣୀରେ ରହିଛି । କଟକରେ ଥିବା ପ୍ଲଟ୍‌ ଭିତରୁ ଚୌଦ୍ୱାର ପଳାସିଆରେ ୪ଟି, ପଧାନିଆରେ ଗୋଟିଏ ଓ ଚାରବାଟିଆରେ ୭ଟି ପ୍ଲଟ୍‌ ଅଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.