ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

'ରାଜ୍ୟରେ ବୁଲା କୁକୁରଙ୍କ ହେବ ଗଣନା ଓ ବନ୍ଧ୍ୟାକରଣ' : ଗୋକୁଳାନନ୍ଦ ମଲ୍ଲିକ

Published By : Rasmita Pradhan | August 23, 2025 12:40 PM

ଭୁବନେଶ୍ଵର, ୨୩/୦୮ : କୁକୁରମାନଙ୍କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କଡାକଡ଼ି ଭାବେ ପାଳନ କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଓ ଟିକାକରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ପୁଣି ଥରେ ଛାଡ଼ି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜଳାନ୍ତକ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖାଯିବ। ରାଜ୍ୟରେ ଏବେ ୭ ଲକ୍ଷ ବୁଲା କୁକୁର ଓ ୬୪ ହଜାର ପୋଷା କୁକୁର ଅଛନ୍ତି। 

ମନ୍ତ୍ରୀ ପୁଣି କହିଛନ୍ତି ଯେ, ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡ଼ରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ। ଏହାସହ ପ୍ରତି ମୁନିସିପାଲିଟି ଅଞ୍ଚଳରେ ମୁନିସିପାଲିଟି କର୍ମଚାରୀ ଚିକେନ୍ ମଟନ୍ ଦୋକାନୀଙ୍କୁ ତଦାରଖ କରିବେ। ବଳକା ମାଂସ ଏଣେତେଣେ ନପକାଇବାକୁ ଓ ବୁଲା କୁକୁରଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେଟ୍ ମଟନ୍ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଙ୍ଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.