ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ରାଜ୍ୟ ପୁଲିସକୁ ପାର୍ବଣ ଚିନ୍ତା, ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Published By : Manoj | August 23, 2025 1:10 PM

କଟକ,୨୩/୦୮: ପାର୍ବଣ ଋତୁରେ ଯଦି କେହି  ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଛି ଓ ସେହି  ଟଙ୍କାରେ ପୂଜା ଉତ୍ସବ ପାଳନ କରୁଛି ତାହେଲେ ଦୃଢ଼  କାର୍ଯ୍ୟାନୁଷ୍ଠାନ କରାଯିବ । ଏଭଳି କଡ଼ା ଭାଷାରେ  ବେଆଇନ ପୂଜା ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତି ଓ  ଅନୁଷ୍ଠାନକୁ ଚେତାବନୀ ଦେଇଛନ୍ତି ରାଜ୍ୟ ପୁଲିସ  ମୁଖିଆ ତଥା ଡିଜିପି ଯୋଗେଶ ବାହାଦୁର ଖୁରାନିଆ ।  ପାର୍ବଣ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସମୀକ୍ଷା  କରୁଥିବା ବେଳେ ଡିଜିପି ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି  ଓ ଡିସିପିଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ  ସ୍ତରରେ ଯେପରି ଚାନ୍ଦା ଆଦାୟ ସଂପୂର୍ଣ୍ଣ ବନ୍ଦ ହେବ  ସେ’ ଦିଗରେ ଅଧିକ ଯତ୍ନବାନ ହେବାକୁ କୁହାଯାଇଛି ।  ତେବେ ପାର୍ବଣ ଋତୁରେ ରାଜ୍ୟବାସୀଙ୍କ ନିରାପତ୍ତା  ତଥା ସୁରକ୍ଷାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବାକୁ  ପୂରା ପୁଲିସ ବିଭାଗକୁ ଡିଜିପି ପରାମର୍ଶ ଦେଇଛନ୍ତି ।  

ପାର୍ବଣ ସମୟରେ ପୁଲିସ ପକ୍ଷରୁ ବ୍ୟାପକ  ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ  କରିଥିଲେ । ସବୁବେଳେ ସତର୍କ ରହିବା ଏବଂ  ଯେକୌଣସି ଅଘଟଣ ସମ୍ପର୍କରେ ଆଗୁଆ ସୂଚନା  ପାଇ ତୁରନ୍ତ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ  ନେବା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ୍‌  ମିଡିଆରେ ଖେଳି ବୁଲୁଥିବା ଗୁଜବ ଓ ବିଭ୍ରାନ୍ତିକର  ତଥ୍ୟ ଉପରେ ନଜର ରଖିବା, ଜିଲ୍ଲାଗୁଡିକରେ  କାମ କରୁଥିବା ସାଇବର୍‌ ସେଲ୍‌ ଦ୍ୱାରା ସୋସିଆଲ୍‌  ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ  କରିବାକୁ ଡିଜିପି କହିଛନ୍ତି । ସମ୍ୱେଦନଶୀଳ ସ୍ଥାନରେ  ପାଟ୍ରୋଲିଂ, କଡ଼ା ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ, ସମ୍ୱେଦନଶୀଳ ସ୍ଥାନରେ  ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା  କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ସହ  ବୈଠକ, ଲୋକପ୍ରତିନିଧିଙ୍କ ସହ ସୁସମ୍ପର୍କ ସ୍ଥାପନ,  ଗୁଜବକାରୀଙ୍କୁ ଚିହ୍ନଟ, ଆଦି ପ୍ରସଙ୍ଗରେ ଉପଯୁକ୍ତ  ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । 

ଏହା ସହ ବେଆଇନ ଗୋ’ଚାଲାଣ  ଏବଂ ବେଆଇନ ବାଣ ବିକ୍ରି ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ  ମିଶ୍ର, ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,  ଏଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି  (ଏଚ୍‌ଆରପିସି) ୟତିନ୍ଦ୍ର କୋୟଲ, ଆଇଜି ସତୀଶ  ଗଜଭିୟେ, ଆଇଜି (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ, ଡ. ସାର୍ଥକ ଷଡ଼ଙ୍ଗୀ, ଡିଆଇଜି (ପ୍ରୋଭିଜନିଂ)  ଚରଣ ସିଂ ମିନା, ଡିଆଇଜି (ପର୍ସୋନେଲ୍‌) ଯୁଗଳ  କିଶୋର କୁମାର ବନୋଥ, ଏସପି ଭିନୀତ୍‌ ଅଗ୍ରୱାଲ୍‌  ପ୍ରମୁଖ ଉପସ୍ଥିତ ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.ପି  କୋଚେଙ୍କ ସମେତ ସମସ୍ତ ଜିଲ୍ଲା ଏସପି, ରେଞ୍ଜ  ଆଇଜି, ଡିଆଇଜି ପ୍ରମୁଖ ଭିଡିଓ କନ୍‌ଫରେନ୍ସ  ମାଧ୍ୟମରେ ବୈଠକରେ ସାମିଲ୍‌ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.