ଭୁବନେଶ୍ୱର,୨୩/୦୮: ଗଣେଶ ପୂଜାରୁ ଆରମ୍ଭ ହେବ ପାର୍ବଣ ଋତୁ। ସପିଂ ମଲ୍ ଗୁଡ଼ିକରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲାଗିଲାଣି ଅଫର। ଏଥିପାଇଁ ଗଣେଶ ପୂଜାକୁ ଆନନ୍ଦ ଏବଂ ଉଲ୍ଲାସର ସହ ପାଳନ କରିବା ପାଇଁ ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସରିଜ୍ ଚେନ୍ ‘ଟ୍ରେଣ୍ଡ୍ସ’ ଏହାର ସ୍ୱତନ୍ତ୍ର ଫେଷ୍ଟିଭ୍ କ୍ୟାମ୍ପେନ୍ ‘ସ୍ୱାଗତମ ଶ୍ରୀ ଗଣେଶ’ ଆରମ୍ଭ ହୋଇଛି। ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ରିହାତି ସହ ସପିଂ କୁପନ୍ ଦେବାକୁ ଘୋଷଣା କରିଛି କମ୍ପାନି।
ଏଥିରେ ୩,୪୯୯ ଟଙ୍କା ତଥା ତା ଠାରୁ ଅଧିକ ଟଙ୍କାର ସପିଂ କରି ଗ୍ରାହକମାନେ ୨୪୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ପାଇବେ । ଫଳରେ ଗ୍ରାହକଙ୍କ ଫେଷ୍ଟିଭ୍ ସପିଂ ଅଧିକ ଲାଭଦାୟକ ଏବଂ ସ୍ମରଣୀୟ ହେବ । ଦେଶର ମେଟ୍ରୋ, ମିନି ମେଟ୍ରୋ, ଟାୟର-୧ ସହର ଆଦିରେ ଉପସ୍ଥିତି ବଢ଼ାଇ ଟ୍ରେଣ୍ଡ୍ସ ଦେଶର ବହୁପ୍ରିୟ ଫ୍ୟାଶନ୍ ସ୍ଥଳ ପାଲଟିଛି । ଷ୍ଟୋରରେ ଥିବା ମହିଳା, ପୁରୁଷ ଏବଂ କିଡ୍ସ କଲେକ୍ସନରୁ ନିଜ ମନ ପସନ୍ଦର ପ୍ରଡକ୍ଟ କିଣି ଗ୍ରାହକ ସେମାନଙ୍କ ପୂଜା ସପିଂକୁ ଅଧିକ ଆନନ୍ଦଦାୟକ କରିପାରିବେ ବୋଲି ଷ୍ଟୋର୍ ପକ୍ଷରୁ କୁହାଯାଇଛି।।