ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବଢିଲା ଅନୀଲ ଅମ୍ବାନୀଙ୍କ ଅଡୁଆ,୧୭ ହଜାର କୋଟି ଟଙ୍କା ହେରଫେର ମାମଲାରେ ଘରେ ସିବିଆଇ ଚଢାଉ

Published By : Ankita S | August 23, 2025 1:21 PM

ମୁମ୍ବାଇ,୨୩/୦୮: ଦିନକୁ ଦିନ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ମୁମ୍ବାଇରେ ଆରକମ୍ ଏବଂ ଅନୀଲ ଅମ୍ବାନୀଙ୍କ ଠିକଣାରେ ସିବିଆଇ ଚଢାଉ କରିଛି । ୧୭ ହଜାର କୋଟି ଟଙ୍କା ହେରଫେର ମାମଲାରେ ଇଡ଼ି ପରେ ଏବେ ସିବିଆଇ ରେଡ କରିଛି । ପୂର୍ବରୁ ଇଡି ଅନୀଲଙ୍କୁ ପଚରାଉଚରା କରିଥିଲା । ସିବିଆଇର ୭ ରୁ ୮ ଜଣ ଅଧିକାରୀ ଆଜି ସକାଳ ୭ଟାରୁ ଅନୀଲ ଅମ୍ବାନୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରଖିଛି ।

ପ୍ରଥମେ ଇଡ଼ି ଏବେ ସିବିଆଇ- ଅନୀଲ ଅମ୍ବାନୀ ତାଙ୍କ ବାସଭବନରେ ଥିବା ବେଳେ ସିବିଆଇ ଅଧିକାରୀମାନେ କଫ ପରେଡ ସିୱିଣ୍ଡ ସ୍ଥିତ ତାଙ୍କ ବାସଭବନରେ ରେଡ ଆରମ୍ଭ କରିଥିଲେ । ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଓ ଅନ୍ୟ କିଛି ଠିକଣାରେ ୧୭ ହଜାର କୋଟି ଟଙ୍କାର ଲୋନ ହେରଫେର ନେଇ ଦସ୍ତାବିଜ ଖୋଜୁଛି । ୟେସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ଖୋଜୁଛି ସିବିଆଇ । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କୁ ଇଡି  ଜେରା କରିଥିଲା । ଇଡି ଓ ଏବେ ସିବିଆଇର ଚଢାଉ ପରେ କୁହାଯାଉଛି କି, ଅନୀଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି ।  

ଇଡି କରିଥିଲେ ପଚରାଉଚରା -ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିଛି ଦିନ ପୂର୍ବରୁ ୟେସ୍‌ ବ୍ୟାଙ୍କ ଠକେଇ ମାମଲାରେ ଅନୀଲ ଅମ୍ବାନୀଙ୍କୁ ପଚରାଉଚରା କରିଥିଲା । ନୂଆଦିଲ୍ଲୀର ଇଡି ମୁଖ୍ୟାଳୟରେ ଅନୀଲଙ୍କୁ ପ୍ରାୟ ୬ ଘଣ୍ଟା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ତାଙ୍କୁ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଦୁର୍ନୀତି ସମ୍ପର୍କରେ  ପଚରାଉଚରା କରାଯାଇଥିଲା । ସେଲ୍ କମ୍ପାନୀଗୁଡ଼ିକୁ ଋଣ ଦିଆଯାଇଥିଲା କି ? ଟଙ୍କା ରାଜନୈତିକ ଦଳଗୁଡ଼ିକୁ ଯାଇଛି କି ? ଏବଂ ସେ କୌଣସି ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି କି ?  ପରି ପ୍ରଶ୍ନ ପଚାରିଥିଲା ଇଡି । ଆଉ ଏହାର ଗୋଟିଏ ସପ୍ତାହ ପରେ ଅନିଲ ଅମ୍ବାନୀଙ୍କୁ ପୁଣି ଡକାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.