ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନେପାଳକୁ ଠକି ଦେଲା ଚୀନ୍‌, ହାଇଓ୍ବେ ତିଆରି ପାଇଁ ଦେଉନାହିଁ ଅର୍ଥ

Image Courtesy: globaltimes

ନୂଆଦିଲ୍ଲୀ: ଗୋଟିଏ ସମୟରେ ଭାରତ ବିରୋଧରେ ନେପାଳକୁ ଛିଡ଼ା କରିବାକୁ ପ୍ରୟାସ କରିଥିଲା ଚୀନ୍ । ଏଥିପାଇଁ ନେପାଳକୁ ପ୍ରଚୁର ଆର୍ଥିକ ସହାୟତା କରିଥିଲା ଚୀନ୍‌ । କିନ୍ତୁ ନିଜ ଯୋଜନାରେ ସଫଳ ନହେବାରୁ ଏବେ ଚୀନ ନେପାଳର ହାତ ଛାଡ଼ିଦେଇଥିବା କୁହାଯାଉଛି । ପ୍ରାୟ ୯ ବର୍ଷ ପୂର୍ବେ ବିକାଶମୂଳକ କାର୍ଯ୍ୟ ଲାଗି ଯେଉଁ ଅର୍ଥ ଦେବ ବୋଲି ଚୀନ ପ୍ରତିଶ୍ରୁତି ଦେଇଥିଲା ତାହା କଲା ନାହିଁ ।

 ଏବେ ନେପାଳ ସରକାର ନିଜ ଅର୍ଥରେ ଏହି ବିକାଶ କାର୍ଯ୍ୟ କରିବେ ବୋଲି ସ୍ଥିର କରିଛନ୍ତି । ଆରନିକୋ ହାଇଓ୍ବେ ପାଇଁ ନେପାଳକୁ ଟଙ୍କା ଦେବାକୁ କହିଥିଲା ଚୀନ । ୨୦୧୫ରେ ଚୀନ୍‌ ରାଷ୍ଟ୍ରପତି ନେପାଳକୁ ଏଥିପାଇଁ ୧୬ ବିଲିୟନ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।  ହେଲେ ଏବେ ଅନେକ କଲ, ଅନୁରୋଧ ଏବଂ ବୈଠକ ପରେ ବି ଏହି ଅର୍ଥ ନେପାଳକୁ ମିଳିପାରି ନାହିଁ । 

ଚୀନ୍ ମୁହଁ ଫେରାଇ ନେବା ପରେ ଏବେ ନେପାଳ ଏହି ରାଜମାର୍ଗ ଲାଗି ୩.୬ ବିଲିୟନ୍‌ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ଆରନିକୋ ହାଇଓ୍ବେର ଏକ ବଡ଼ ଅଂଶ ଯାହାକୁ କୋଡାରୀ ହାଇଓ୍ବେ ମଧ୍ୟ କୁହାଯାଏ । ୧୯୬୦ ଦଶକରେ ଚୀନ୍‌ ସରକାରଙ୍କ ଦ୍ବାରା ତିଆରି ହୋଇଥିଲା । ଏପ୍ରିଲ ୨୦୧୫ରେ ନେପାଳରେ ଆସିଥିବା ଭୟଙ୍କର ଭୂମିକମ୍ପ ଫଳରେ ହାଇଓ୍ବେର ଅନେକ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।  

ପୁଷ୍ପ କମଲ ଦହଲ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦୁଇ ଥର କଲ କରିଥିଲେ, କିନ୍ତୁ କୌଣସି ଅର୍ଥ ମିଳିଲା ନାହିଁ । ଫଳରେ ସରକାର ୨୬ କିଲୋମିଟର କ୍ଷତିଗ୍ରସ୍ତ ରାସ୍ତାର ନିର୍ମାଣ ଲାଗି ୩.୬ ବିଲିୟନ୍‌ ଟଙ୍କା ଆବଣ୍ଟିତ କରିଛନ୍ତି । ସେପଟେ ସି ଜିନିପିଙ୍ଗ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ (ବିଆରଆଇ) ଯୋଜନାରେ ମଧ୍ୟ ନେପାଳ ସାମିଲ ରହିଛି । ଏଥିରେ ନେପାଳ ୭ ବର୍ଷ ହେଲା ସାମିଲ ହୋଇଥିଲେ ହେଁ ଦେଶରେ ସେମିତି କିଛି ବିକାଶ ହୋଇପାରି ନାହିଁ । 

 

 

  • China
  • Nepal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.