ଭୁବନେଶ୍ୱର, ୨୩/୦୨: ସରି ଆସୁଛି ମହାକୁମ୍ଭ। ଆଜି ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ୱରରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କଲେ ସିଏମ୍ । ଦିନ ୧୧ଟା ୩୦ରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବେ। ରବିବାର ପ୍ରୟାଗରାଜରେ ରହିବେ । ସୋମବାର ଅଯୋଧ୍ୟା ରାମମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ କରିବେ । ପରେ ବାରଣାସୀ ଯିବେ । ସେଠାରେ ରାତ୍ରିଯାପନ କରିବେ । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ।
ମାସ ଶେଷ ସୁଦ୍ଧା ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ମୁଖ୍ୟମନ୍ତ୍ରୀଙ୍କ ମହାକୁମ୍ଭ ବୁଡ଼ ପରେ ବଡ଼ ଘୋଷଣା