ଭୁବନେଶ୍ୱର,୨୩/୦୨: ରବିବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏ ସବୁ ଜିଲ୍ଲାରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ରବିବାର ଓ ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ଅଛି ।
୨୪ ତାରିଖ (ସୋମବାର) ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଶନିବାର ସକାଳୁ ନେଇ ସନ୍ଧ୍ୟା ଭିତରେ ଅନୁଗୁଳରେ ୨୧ ମିମି, ବାଲେଶ୍ୱରରେ ୫.୬ ଓ ନୟାଗଡ଼ରେ ୪ମିମି ବର୍ଷା ସମ୍ଭାବନା ଅଛି । ଅନୁଗୁଳରେ ରାତି ତାପମାତ୍ରା ୧୩.୬ ଡିଗ୍ରୀ ସେଲସିୟସ୍ ରହିଥିଲା । କୋରାପୁଟରେ ୧୭.୧ ଓ ଫୁଲବାଣୀରେ ୧୭.୫ ଡିଗ୍ରୀ ଥିଲା । ଆଜି ଟିଟିଲାଗଡ଼ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା । ସୋନପୁରରେ ୩୫.୮, ବୌଦ୍ଧ ଓ ଝାରସୁଗୁଡ଼ାରେ ୩୫.୫, ହୀରାକୁଦରେ ୩୫.୪ ଡିଗ୍ରୀ ରେକର୍ଡ ହୋଇଛି ।