ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Odisha Budget: ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Tapas Panda | February 17, 2025 4:53 PM

ଭୁବନେଶ୍ବର:  ବିଧାନସଭାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ବିଜେପି ସରକାରର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌।  ଏହି ବଜେଟ୍‌ରେ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି । ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖିଛନ୍ତି ସରକାର । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ଦେବା ନେଇ ସରକାର ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ବଜେଟ୍‌ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି ଏବଂ କେଉଁ କ୍ଷେତ୍ରକୁ କେତେ ଟଙ୍କା ଆବଣ୍ଟିତ ହୋଇଛି ଆସନ୍ତୁ ଜାଣିବା । 

-ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ 

-ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ

-ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି

-ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି

-ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ

-କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ

- ଗତବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ

-ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି

-ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି 

-ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି

-ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦

-ମତ୍ସ୍ୟ ଓ ପଶୁପାଳନ ପାଇଁ ୧୯୦୯ କୋଟି

-ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ

-ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ

-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି

-ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି

-ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ

-ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ

-ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି

-ନଳକୂପଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ରହିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.