ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ପରିବର୍ତ୍ତନ, ବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

Published By : Prameya | February 11, 2025 1:54 PM

ଭୁବନେଶ୍ୱର ୧୧/୦୨: ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ । ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌୨୦୧୭ରେ ପରିବର୍ତ୍ତନ ଅଣାଯିବ । ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ । ଏହାଛଡ଼ା ବଦଳିଠାରୁ ଚାକିରି କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ । ମୋଟାମୋଟି ଭାବେ ଡାକ୍ତର ଚାକିରି କ୍ଷେତ୍ରରେ ସଂସ୍କାର ଅଣାଯିବ । ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । 

ନୂଆ ନିୟମରେ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍‌ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌( ଜଏଣ୍ଟ ଡାଇରେକ୍ଟର), ସିଲେକ୍ସନ୍‌ ଗ୍ରେଡ୍‌ (ଆଡିସ୍‌ନାଲ ଡାଇରେକ୍ଟର), ସିନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌(ସିଡିଏମ୍‌ ଓ ପିଏଚ୍‌ଓ) ଓ ସୁପର ଟାଇମ୍‌ ପେ ଗ୍ରେଡ୍‌(ଡାଇରେକ୍ଟର କିମ୍ବା ସ୍ପେସାଲ୍‌ ସେକ୍ରେଟେରୀ) ପଦବିରେ ପଦୋନ୍ନତି କରାଯିବ । ଏଥିରେ କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବିକୁ ବାଦ ଦେଇ ଅନ୍ୟ ପଦବିରେ ରୁଲ୍‌ସ୍‌-୮ ଅନୁଯାୟୀ ପଦୋନ୍ନତି ମିଳିବ । ଆଉ କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବି କ୍ଷେତ୍ରରେ କମିଶନଙ୍କ ଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ପଡ଼ିବ । କମିଶନଙ୍କ ଦ୍ୱାରା ଦିଆଯାଇଥିବା ପରୀକ୍ଷା ଫଳ ଅନୁଯାୟୀ ଖାଲି ପଦବିରେ ନିଯୁକ୍ତି ମିଳିବ । ସେହିପରି ବିଭିନ୍ନ ଗ୍ରେଡ୍‌ରେ ପଦୋନ୍ନତି ନେଇ କମିଟି ଗଠନ କରାଯାଇଛି । ବିଭାଗୀୟ ସଚିବ ଅଧ୍ୟକ୍ଷ ରହିଥିଲା ବେଳେ ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଭ୍ୟ ଅଛନ୍ତି । ଅତିରିକ୍ତ ସଚିବ ଏହାର ସଂଯୋଜକ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.