ପ୍ରମୂଖ ଖବର
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଚନ୍ଦ୍ରବାବୁ ନାଇଡୁଙ୍କ ଦଳର ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧/୬:ଆନ୍ଧ୍ରପ୍ରଦେଶରେ  ନିର୍ବାଚନୀ ହିଂସା। ଚନ୍ଦ୍ରବାବୁ ନାଇଡୁଙ୍କ ଦଳର ଜଣେ ନେତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ବିରୋଧୀ ଦଳ ଓ୍ୱାଇଏସ୍‌ଆର୍ କଂଗ୍ରେସ ଦଳର କର୍ମୀମାନେ ଟିଡିପ ନେତା ଗୌରୀନାଥ ଚୌଧୁରୀଙ୍କ ଉପରେ ଛୁରୀ ଓ କୁରାଡିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ସ୍ଥିତ ବୋମ୍ମିରେଡ୍ଡିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। 

ତେବେ ସୂଚନା ମୁତାବକ, ଚୌଧୁରୀ ଏହି ଅଞ୍ଚଳରେ ଜଣେ ପ୍ରମୁଖ ଟିଡିପି ନେତା ଥିଲେ। ତାଙ୍କୁ ଓ୍ୱାଇଏସ୍‌ଆର୍‌ କଂଗ୍ରେସର ପମୈୟା,ରାମକୃଷ୍ଣ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିବା କୁହାଯାଉଛି।ସେପଟେ ଟିଡିପି ନେତାଙ୍କୁ ହତ୍ୟା ପରେ ପୂରା ଅଞ୍ଚଳରେ ଅଶାନ୍ତ ସ୍ଥିତି ଉପୁଜିଛି। ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ପୂରା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପ୍ରିୟ ଘଟଣାକୁ ରୋକିବା ପାଇଁ ପୁଲିସ ଗାଁରେ ପିକେଟିଂ ମଧ୍ୟ କରୁଛି।ସେପଟେ ଟିଡିପି ନେତାଙ୍କୁ ଆକ୍ରମଣ ଓ ହତ୍ୟା ପରେ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାରା ଲୋକେଶ ଏହାକୁ ନିନ୍ଦା କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.