ଭୁବନେଶ୍ବର,୧୩।୨ : ଆସନ୍ତା ୧୬ ତାରିଖରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ। ଦେଶର ନାମିଦାମୀ ସେଲିବ୍ରିଟିମାନେ ବାରବାଟୀ ଗ୍ରାଉଣ୍ଡରେ ଖେଳିବେ କ୍ରିକେଟ ମ୍ୟାଚ। ତା ପୂର୍ବରୁ ଗୁରୁବାର କ୍ରୀୟୁ ମେମ୍ବରମାନେ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି।
୧୬ ତାରିଖରେ ବାରବାଟୀରେ ଖେଳାଯିବ ୩ ଟି ମ୍ୟାଚ। ସକାଳ ୧୦ ଟାରେ ଓଡିଶା ରଣଜୀ ଟିମ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ ଓଲିଉଡ଼ ଇଲେଭେନ। ଅପରାହ୍ନ ୨ ଟାରେ ହେବ ଅସଲ ଟୋଣ୍ଟି -୨୦ ମ୍ୟାଚ। ପ୍ରଥମ ମ୍ୟାଚ ପଞ୍ଜାବ ସହିତ ଭୋଜପୁରୀ ଟିମ ଖେଳିବ। ସନ୍ଧ୍ୟାରେ ବେଙ୍ଗଲ ଟିମକୁ ଭେଟିବ ଟିମ ମୁମ୍ବାଇ। ତେବେ ୧୫ ରେ ସମସ୍ତ ଟିମ ବାରବାଟୀରେ ପ୍ରାକ୍ଟିସ କରିବେ। ୧୬ ତାରିଖରେ ହେବ ସେଲେବ୍ରିଟି କ୍ରିକେଟ ମ୍ୟାଚ।