ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା

Published By : Harapriya Sethi | February 19, 2025 12:19 PM

ଭୁବନେଶ୍ୱର, ୧୯/୦୨: ଏମ୍‌ସରେ ସିବିଆଇ ରେଡ୍‌ । ବିଭିନ୍ନ ପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ଘୋଟାଲାକୁ ନେଇ ରେଡ୍‌ କରୁଛି ସିବିଆଇ । ସ୍କାମ୍‌ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇ ରେଡ୍‌ କରୁଛି ସିବିଆଇ ଟିମ୍‌ । ଏହି ରେଡ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । 

୭୭୫ଟି ପୋଷ୍ଟର ଜାଲ୍‌ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ଯାହାର ପ୍ରମାଣ ପାଇ ଚଢାଉ କରୁଛି ସିବିଆଇ । ଏନେଇ ବୁଧବାର ସିବିଆଇର ପକ୍ଷରୁ ୯ଜଣିଆ ଟିମ୍ ଭୁବନେଶ୍ୱର ଏମ୍‌ସରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି ଚଢାଉରେ ନିଯୁକ୍ତ ସ୍କାମ୍‌ର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ତେବେ ଏହି ସ୍କାମ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ସିବିଆଇ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.