ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ତିରୁପତି ଲଡୁ ବିବାଦ; ୪ ଜଣଙ୍କୁ ବାନ୍ଧିଲା ସିବିଆଇ

Published By : Ankita S | February 10, 2025 10:07 AM

ଅମରାବତୀ,୧୦/୦୨: ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ୪ଜଣଙ୍କୁ ଗିରଫ କରିଛି । ସିବିଆଇର ନେତୃତ୍ବରେ ଏକ ତଦନ୍ତକାରୀ ଟିମ୍ ଶ୍ରୀ ଭେଙ୍କଟେଶ୍ବର ତିରୁପତି ମନ୍ଦିର ଲଡୁରେ ଚର୍ବି ମିଶିଥିବା ବିବାଦକୁ ନେଇ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଚାରିଜଣ ହେଲେ ଭୋଳା ବାବା ଡାଏରୀର ପୂର୍ବ ନିର୍ଦ୍ଦେଶକ ବିପିନ ଜୈନ ଓ ପୋମିଲ ଜୈନ ଏବଂ ବୈଷ୍ଣବ ଡାଏରୀର ଅପୂର୍ବ ଚାବଡା ଓ ଏଆର ଡାଏରୀର ରାଜୁ ରାଜଶେଖରନ ହୋଇଥିବା ଜଣାପଡିଛି । ଟେଣ୍ଡର ହାତେଇବାରେ ହେରଫେର ହୋଇଥିବା ବଡ ଖୁଲାସା ହୋଇଛି ।

ଲଡୁ ପ୍ରସ୍ତୁତ ପାଇଁ ହେଉଥିବା ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଏସଆଇଟି ତଦନ୍ତରେ ଖୁଲାସା ହୋଇଛି । ଯେଉଁ କାରଣ ପାଇଁ ୪ ଜଣଙ୍କ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ ବୈଷ୍ଣବୀ ଡାଏରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମକ ଟେଣ୍ଟର ହାସଲ କରିଥିଲେ । ଏଥିରେ ହେରଫେର କରିବା ପାଇଁ ନକଲି ରେକର୍ଡ ତିଆରି କରିବାରେ ମଧ୍ୟ ସଂମ୍ପୃକ୍ତି ଥିଲା । ଭୋଳା ବାବା ଡାଏରୀର ଘିଅ ଦେଉଥିବା ମିଛରେ କହୁଥିଲା ।

ଏହା ବି ପଢନ୍ତୁ...ତିରୁପତି ଲଡୁ ବିବାଦ: ମାମଲାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କଲେ ସୁପ୍ରିମକୋର୍ଟ

କଣ ମାମଲା- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ରାଜ୍ୟରେ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିଲା । ନାଇଡୁଙ୍କ ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୀତି ଜୋର ଧରିଥିଲା । ଏପରିକି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟରେ ୩ରୁ ଅଧିକ ଆବେଦନ ହୋଇଥିଲା । ଆବେଦନ ଦାଖଲକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ସୁବ୍ବା ରେଡ୍ଡୀ ସାମିଲ ଅଛନ୍ତି । କଡା ଆଭିମୁଖ୍ୟ ଦେଖାଇବା ସହ ମାମଲାରେ ଅତିକମ୍‌ରେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ ବୋଲି କହିଥିଲେ ସୁପ୍ରିମକୋର୍ଟ । 

ତିରୁପତି ଲଡୁ ମାମଲାରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସଆଇଟି) ଗଠନ କରିଥିଲେ । ମାମଲାରେ ତଦନ୍ତ କରିବାକୁ ଥିବା ଟିମ୍‌ରେ ସିବିଆଇର ଦୁଇ ଜଣ ଅଧିକାରୀ ରହିଥିଲେ । ଏହା ଛଡା ରାଜ୍ୟର ୨ ଜଣ ପୋଲିସ ଅଧିକାରୀ ଏବଂ ଜଣେ FSSAIର ଅଧିକାରୀ ସାମିଲ ଥିଲେ । ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.