ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବାଇକ୍‌କୁ ଧକ୍କା ଦେଲା କାର୍, ଚାଲିଗଲା ୩ ଜଣଙ୍କ ଜୀବନ

Published By : Prameya | February 11, 2025 9:51 AM

ଭୁବନେଶ୍ଵର, ୧୧/୦୨ : ମୁଣ୍ଡ ନେଲା ପୁରୀ ବାଇପାସ୍ ରାସ୍ତା। ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା କାର୍‌। ଚାଲିଗଲା ତିନି ଜଣଙ୍କ ଜୀବନ। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ହୋଣ୍ଡା ବାଇକ୍‌ ଯୋଗେ ତିନି ଜଣ ଯୁବକ ଯାଉଥିଲେ। ଏହି ସମୟରେ ପୁରୀ ବାଇପାସ୍ ସାଇମନ୍ଦିର ନିକଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ କାର୍ ମାଲିକଙ୍କୁ ପୋଲିସ ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ କାର୍‌ଟି ଜଗତସିଂହପୁର ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।  

ଏହି ଖବରଟିକୁ ପଢନ୍ତୁ-୧୩ରୁ ବିଧାନସଭା ଅଧିବେଶନ, ବାରବାଟୀ ଫ୍ଲଡ ଲାଇଟ୍‌ ବିଭ୍ରାଟ ଏବଂ କଣାସ ଝାଡ଼ାବାନ୍ତି ପ୍ରସଙ୍ଗରେ ଘେରିବ ବିରୋଧୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.