ଭୁବନେଶ୍ୱର, ୩୦/୦୩: ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପିଟିଲା କାର୍ । ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ । ମୃତକ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର, ଓ ରଶ୍ମିରଂଜନ ପରିଡା ବୋଲି ଜଣାପଡିଛି ।
ସୂଚନା ମୁତାବକ, ସୁଧାକର ପାତ୍ର, ଓ ରଶ୍ମିରଂଜନ ପରିଡା ନାମକ ଯୁବକ ଦ୍ୱୟ ଏକ ବାଇକ୍ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ଏହି ସମୟରେ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ଉକ୍ତ ବାଇକ୍କୁ ଏକ କାର୍ ଧକ୍କା ଦେଇଥିଲା । କାର୍ଟି ବାଇକ୍ ଉପରେ ମାଡିଯାଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଯୁବକଙ୍କ ମୃତଦେହ ଜବତ କରିଛି । ଏହା ସହ କାର୍ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।