ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଖୋଲିବ ବିବାଦୀୟ ଜୟା ହୋଟେଲ, ଭିଡିଓ ଭାଇରାଲ୍‌ କରିଥିବା ଦୁର୍ବୃତ୍ତଙ୍କ ଖୋଜିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ

Published By : Prameya | March 29, 2025 10:06 AM

କଟକ, ୨୯/୦୩: ଆଜି ଖୋଲିବ ବିବାଦୀୟ ଜୟା ହୋଟେଲ। ଖାସି ମାଂସ  ତରକାରୀରେ ଗୋମାଂସ ମିଶାଇଥିବା ଅଭିଯୋଗରେ ମାର୍ଚ୍ଚ ୭ରେ ସିଲ୍‌ କରିଥିଲା ପ୍ରଶାସନ। ଜୟା ହେଟୋଲ ଖୋଲୁଥିବାରୁ ଏଥିପାଇଁ ପୁରୀ  ପୁଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର  ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ  ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।  ଏହି ଘଟଣାରେ ଯେଉଁ ଦୁର୍ବୃତ୍ତମାନେ  ଭିଡିଓ ଭାଇରାଲ୍‌ କରିଥିଲେ ସେମାନଙ୍କୁ ଖୋଜି ବାହାର କରିବାକୁ ହାଇକୋର୍ଟ  ପୁରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି  ଆଧାରରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏକ  ରିପୋର୍ଟ ସତ୍ୟପାଠ ଜରିଆରେ ରଖିବାକୁ  ହାଇକୋର୍ଟ କହିଛନ୍ତି । ଜୟା ହୋଟେଲ୍‌  ମାଲିକ ପ୍ରଦୀପ କୁମାର ବାରିକ୍‌ଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି  ପରିପ୍ରେକ୍ଷୀରେ ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଆସନ୍ତା ଏପ୍ରିଲ ୧୭ ତାରିଖରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ପୁରୀ ରାସ୍ତାରେ ସାକ୍ଷୀଗୋପାଳ  ନିକଟରେ ଜୟା ହୋଟେଲ୍‌ ରହିଛି । ଏହି  ହୋଟେଲ୍‌ ଭଲ ଖାସି ମାଂସ ତରକାରୀ  ବା ମଟନ୍‌ ତରକାରୀ ପାଇଁ ବେଶ୍‌ ଖ୍ୟାତି  ଅର୍ଜନ କରିଥିଲା । ଏଥିପାଇଁ ଜୟା  ହୋଟେଲ୍‌ରେ ପ୍ରବଳ ଭିଡ଼ ହୁଏ । କିନ୍ତୁ  କିଛି ଦିନ ତଳେ ଏହି ହୋଟେଲ୍‌ରେ ଖାସି ମାଂସ ନାମରେ ଗୋମାଂସ ଦିଆଯାଉଛି  ବୋଲି ଅଭିଯୋଗ ହୋଇଥିଲା । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହୋଇଥିଲା । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ପିପିଲି ଏସ୍‌ଡିପିଓ ଏବଂ ସତ୍ୟବାଦୀ ଅତିରିକ୍ତ ତହସିଲ୍‌ଦାରଙ୍କ ଏହି ହୋଟେଲକୁ ସିଲ୍‌ କରି ଦେଇଥିଲେ ।  ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଥିଲେ । ରାଜ୍ୟ ସରକାର  ତାଙ୍କ ଜବାବରେ ଏହି ହୋଟେଲ୍‌ ୨୯ ତାରିଖର ଖୋଲାଯିବ ବୋଲି ଶୁକ୍ରବାର ଅଦାଲତଙ୍କୁ ଅବଗତ କରିଛନ୍ତି ।

ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ, ଭିଡିଓ ଭାଇରାଲ୍ ପରେ ହୋଟେଲ୍ ସିଲ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.