ନୂଆଦିଲ୍ଲୀ,୧୪/୦୫: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଆସନ୍ତା ନଭେମ୍ବର ୨୩ ଯାଏ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କ ପରେ ଦେଶକୁ ଜଣେ ମହିଳା ସିଜେଆଇ ମିଳିପାରନ୍ତି । ୨୦୨୭ରେ ଜଣେ ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍ ହୋଇପାରନ୍ତି ।
ଯଦି ଜଷ୍ଟିସ୍ ବିଭି ନାଗାରତ୍ନା ପ୍ରଧାନ ବିଚାରପତି ହୁଅନ୍ତି ତେବେ ତାଙ୍କର କାର୍ଯ୍ୟକାଳ ମାତ୍ର ୩୬ ଦିନ ରହିବ । ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ପରେ କୌଣସି ମହିଳା ସିଜେଆଇ ହୋଇ ନାହାନ୍ତି । ତେବେ କେମିତି ନିଯୁକ୍ତ ହୁଅନ୍ତି ଚିଫ୍ ଜଷ୍ଟିସ । କଣ ରହିଥାଏ ପ୍ରକ୍ରିୟା ଜାଣନ୍ତୁ । ବର୍ତ୍ତମାନ ସୁଦ୍ଧା ୫୧ଜଣ ଚିଫ୍ ଜଷ୍ଟିସ୍ ପୁରୁଷ ରହିଛନ୍ତି । ଜଣେ ମହିଳା କେବଳ ସୁପ୍ରିମକୋର୍ଟ ବିଚାରପତି ରହିଛନ୍ତି । ଯଦି ବିଭି ନାଗାରତ୍ନା ପରବର୍ତ୍ତୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୁଅନ୍ତି ତେବେ ସେ ୩୬ ଦିନ ପାଇଁ ଦାୟିତ୍ୱରେ ରହିବେ । ଏହା ସବୁଠୁ କମ୍ ଦିନ ନୁହେଁ । ତାଙ୍କ ପୂର୍ବରୁ ଜଷ୍ଟିସ କମଲ ନାରାନ ସିଂହ ୧୭ଦିନ ପାଇଁ ସିଜେଆଇ ପଦରେ ରହିଥିଲେ ।
କଲିଜିୟମ କେନ୍ଦ୍ରକୁ ନାମ ପଠାଇଥାଏ- ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ନେଇ କଲିଜିୟମ ନାମ ସୁପାରିସ୍ କରିଥାଏ । କଲିଜିୟମରେ ସୁପ୍ରିମକୋର୍ଟର ବିଚାରପତି ହିଁ ସାମିଲ ହୋଇଥାନ୍ତି । କେନ୍ଦ୍ର ସରକାରଙ୍କୁ କଲିଜିୟମ ପଠାଇଥିବା ନାମ ଉପରେ ବିଚାର ବିମର୍ଶ କରାଯାଏ । ଯଦି କେନ୍ଦ୍ର ପକ୍ଷରୁ ନାମକୁ ମଞ୍ଜୁରୀ ମିଳିବା ପରେ ଚିଫ୍ ଜଷ୍ଟିସ୍ ଭାବେ ଦାୟିତ୍ୱ ନେଇଥାନ୍ତି ।
ଅଧିକ- କମ୍ ଦିନ ଦାୟିତ୍ୱରେ ଥିବା ସିଜେଆଇ- ଜଷ୍ଟିସ୍ ୟଶୋବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ୭ ବର୍ଷ ୧୩୯ ଦିନ ପାଇଁ ସିଜେଆଇ ଦାୟିତ୍ୱରେ ଥିଲେ । ତାଙ୍କ ପରେ ଜଷ୍ଟିସ ଏସ ରାଜେନ୍ଦ୍ର ବାବୁ ୨୯ ଦିନ ପାଇଁ ସିଜେଇ ଥିଲା । ଯଦି ବିଭି ନାଗାରତ୍ନା ସିଜେଆଇ ହୁଅନ୍ତି ତେବେ ସେ ୩୬ ଦିନ ଏବଂ ତୃତୀୟ ସର୍ବନିମ୍ନ କାଳ ସିଜେଆଇ ହେବେ । ଜଷ୍ଟିସ ରାଜୀବ ଶକଧେର ୨୪ ଦିନ ପାଇଁ ସିଜେଆଇ ପଦରେ ରହି ଅବସର ନେଇଥିଲେ ।