ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

କର୍ଣ୍ଣଲ ସୋଫିଆ କ୍ୟୁରେସିଙ୍କ ଉପରେ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ, ନିନ୍ଦା କଲା କଂଗ୍ରେସ

Published By : Ankita S | May 14, 2025 2:06 PM

ନୂଆଦିଲ୍ଲୀ,୧୪/୦୫: ଅପରେସନ୍ 'ସିନ୍ଦୂର' ବାବଦରେ ସୂଚନା ଦେଉଥିବା କର୍ଣ୍ଣଲ ସୋଫିଆ କ୍ୟୁରେସିଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା । ମଧ୍ୟପ୍ରେଦଶ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣଲ ସୋଫିଆ କ୍ୟୁରେସିଙ୍କ ଉପରେ ଦେଇଥିବା ଆପତ୍ତିଜନକ ବୟାନକୁ ନେଇ ହଙ୍ଗାମା ହୋଇଛି । କଂଗ୍ରେସ ଏହାକୁ ନିନ୍ଦା କରିବା ସହିତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି ।

ବିଜେପି ନେତା ତଥା ମଧ୍ୟପ୍ରେଦଶ ମନ୍ତ୍ରୀ ଥିବା ବିଜୟ ଶାହ ସୋଫିଆ କ୍ୟୁରେସିଙ୍କ ଉପରେ ଦେଇଥିବା ଆପତ୍ତିଜନକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୟାନରେ ବିଜୟ ଶାହ କହିଛନ୍ତି, ଯିଏ ଆମର ଝିଅଙ୍କ ସିନ୍ଦୂର ଉଜାଡିଲେ ଆମେ  ସେମାନଙ୍କ ପାଖକୁ ତାଙ୍କରି ଭଉଣୀଙ୍କୁ ପଠାଇ ଯେସାକୁ ତେସା କରୁଛି । ବିଜୟ ଶାହଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ କଂଗ୍ରେସ ବିଜୟ ଶାହାଙ୍କୁ ଟାର୍ଗେଟ କରିଛି ।

କଂଗ୍ରେସର ନିନ୍ଦା- ଅପରେସନ୍ 'ସିନ୍ଦୂର' ସମୟରେ ପ୍ରମୁଖ ଚେହେରା ପାଲଟିଥିଲା କର୍ଣ୍ଣଲ ସୋଫିଆ କ୍ୟୁରେସି । ତାଙ୍କ ଉପରେ ବିଜେପି ମନ୍ତ୍ରୀ ବିଜୟ ସିଂହ ଦେଇଥିବା ଆପତ୍ତିଜନକ ବୟାନକୁ କଂଗ୍ରେସ ଟାର୍ଗେଟ କରିଛି । ଏହା ସେନା ଓ ମହିଳାଙ୍କ ଅପମାନ । ବିଜୟ ଶାହଙ୍କ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ନାରାବାଜି ଦେବା ସହିତ ତାଙ୍କ ବାସଭବନ ଆଗରେ ହଙ୍ଗାମା କରିଛନ୍ତି । ନେମପ୍ଲେଟରେ କାଳି ବୋଳିଛନ୍ତି । ବିଜେପି ସଫେଇ ଦେଇ ବୟାନକୁ ଅତିରଞ୍ଜିତ କରାଯାଇଥିବା କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.