ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ବରଫ ତରଳିବ, ବର୍ଷା ବଢିବ : ୫୦% ହେବ ବୃଦ୍ଧି ହେବ ଗଙ୍ଗା ପାଣିର ସ୍ରୋତ, ବୈଜ୍ଞାନିକଙ୍କ ଷ୍ଟଡି କଲା ଚକିତ

Published By : prameya | May 14, 2025 4:05 PM

ନୂଆଦିଲ୍ଲୀ,୧୪।୫: ହିନ୍ଦୁ କୁଶ ହିମାଳୟ କ୍ଷେତ୍ର ଯାହାକୁ ହିମାଳୟ ନାମରେ ଜଣାଯାଏ। ଦୁନିଆର ତୃତୀୟ ସବୁଠାରୁ ବଡ଼ ତାଜା ପାଣିର ଭଣ୍ଡାର। ସେଠାରେ ଗ୍ଲାସିୟର ଓ ବରଫ୍ ନଦୀକୁ ପାଣି ଦେଇଥାଏ। ଯାହାକି କୋଟି କୋଟି ଲୋକଙ୍କୁ ପାଣିର ଆବଶ୍ୟକତାକୁ ପୂରଣ କରିଥାଏ। ଗଙ୍ଗାନଦୀର ଉପର କ୍ଷେତ୍ର, ଯାହାକି ହିମାଳୟରେ ରହିଛି ତାହର ମଧ୍ୟ ଏହି ଗ୍ଲାସିୟର ଓ ବରଫ ଉପରେ ନିର୍ଭର କରେ। 

ଜଳବାୟୁ ପରିବର୍ତ୍ତନ କାରଣରୁ ବଢୁଥିବା ତାପମାତ୍ରା ଓ ବଦଳୁଥିବା ବର୍ଷା ପାର୍ଟନ ଏହି କ୍ଷେତ୍ରର ଜଳ ପ୍ରଣାଳିକୁ ପ୍ରଭାବିତ କରୁଛି। ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ରୁଡକୀର ରିସର୍ଚ୍ଚର ଏକ ଅଧ୍ୟୟନରେ ଏହା ଜଣାପଡିଛି।  ଜଳବାୟୁ ପରିବର୍ତ୍ତନ ଗଙ୍ଗା ନଦୀର ଉପର କ୍ଷେତ୍ରରେ ପାଣିର ପ୍ରବାହ ଓ ଜଳ ସନ୍ତୁଳନ ଉପରେ କ‘ଣ ପ୍ରଭାବ ପକାଇବ। ତାହା ଆସନ୍ତୁ ଜାଣିବା।

ଏହି ଅଧ୍ୟୟନ ଗଙ୍ଗା ନଦୀର ଉପର କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୁଝିବା ପାଇଁ କରାଯାଇଛି। ବିଶେଷ ଭାବରେ ଏହା ଦେଖାଇଛି ଯେ, ଭବିଷ୍ୟତରେ ନଦୀର ପାଣି, ବରଫ ତରଳିବା, ଗ୍ଲାସିୟରର ପାଣି ଓ ଭୂଜଳକୁ କିଭଳି ବଦଳାଇ ପାରିବ। ସେଥିପାଇଁ   ଏକ ବିଶେଷ ମଡେଲ, ଯାହାକି ଏସ୍‌ପିଏଚ୍ଓ୍ବାଇ(ସ୍ପୋଟିୟଲ ପ୍ରୋସେଜେସ୍ ଇନ୍ ହାଇଡ୍ରୋଲୋଜି) କୁହାଯାଏ ଓ ସିଏମ୍‌ଆଇପି୬ ଜଳବାୟୁ ପରିଦୃଶ୍ୟ (ଏସ୍‌ଏସ୍ପି ୨-୪.୫ ଓ ଏସଏସପି ୫-୮୫)ର ଉପଯୋଗ କରାଯାଇଛି। ଏହା ଭବିଷ୍ୟତରେ ତାପମାତ୍ରା ଓ ବର୍ଷା ହେଉଥିବା ପରିବର୍ତ୍ତନର ଅନୁମାନ କରନ୍ତି। ଅଧ୍ୟୟନରେ ଦେବପ୍ରୟାଗରେ ନଦୀର ପ୍ରବାହ ତଥ୍ୟର ଉପଯୋଗ କରି ମଡେଲର ଯାଞ୍ଚ ହୋଇଛି।

ଦେବପ୍ରୟାଗରେ ମୋଟ ନଦୀ ପ୍ରବାହର ୬୩.୩% ଅଂଶ  ବର୍ଷାରୁ, ୧୪.୯% ତୁଷାର ତରଳିବାରୁ, ୧୦.୮%  ଗ୍ଲାସିୟର ତରଳିବାରୁ ଏବଂ ୧୦% ଭୂତଳ ଜଳରୁ ଆସିଥାଏ। ଏହି ସମୟ ମଧ୍ୟରେ, ହାରାହାରି ମୋଟ ପ୍ରବାହ ପ୍ରତି ସେକେଣ୍ଡରେ ୭୯୨ ଘନ ମିଟର ଥିଲା, ଯେଉଁଥିରୁ ୫୦୯.୫ ବର୍ଷାରୁ, ୧୧୭.୫ ବରଫରୁ, ୮୬.୧ ଗ୍ଲାସିୟର ଏବଂ ୭୮.୯ କ୍ୟୁବିକ୍ ମିଟର ପ୍ରତି ସେକେଣ୍ଡର ଯୋଗଦାନ ଥିଲା।   

ଭବିଷ୍ୟତର ଅନୁମାନ (୨୦୭୬-୨୧୦୦)

ତାପମାତ୍ରା ଓ ବର୍ଷାରେ ବୃଦ୍ଧି: ଏକବିଂଶ ଶତାବ୍ଦୀର ଶେ‌ଷ ବିଶେଷ ରୂପରେ SSP5-8.5 ପରିଦୃଶ୍ୟରେ ତାପମାତ୍ରା ଓ ବର୍ଷାରେ ଉଲ୍ଲେଖନୀୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

ମୋଟ ପ୍ରବାହରେ ୫୦% ବୃଦ୍ଧି : ମଡେଲ ଅନୁସାରେ, ଭବିଷ୍ୟତରେ ନଦୀର ମୋଟ ପ୍ରବାହ ୫୦% ପର୍ଯ୍ୟନ୍ତ ବଢିପାରେ। ଏହାର ସବୁଠାରୁ ବଧ କାରଣ ବର୍ଷାରେ ହେବାକୁ ଥିବା ପ୍ରବାହ ହେବ। ଏହାଛଡା ଗ୍ଲାସିୟର ତରଳିବା ଓ ଭୂଜଳ।

ବରଫ ତରଳିବା ୫୭% କମ ହେବ : ୨୦୯୦ ପର୍ଯ୍ୟନ୍ତ ବରଫରୁ ଆସୁଥିବା ପାଣି ୫୭% କମ୍ ହୋଇପାରେ, କାରଣ ବଢୁଥିବା ତାପମାତ୍ରା ବରଫକୁ ଦ୍ରୁତ ଗତିରେ ତରାଳାଇ ଦେବ ଓ ବରଫର ଭଣ୍ଡାର କମ୍ ହେବ। 

ପାଣିର ଅଭାବ ନାହିଁ: ଯଦିଓ ବରଫର ଯୋଗଦାନ କମ୍ ତେବେ ବର୍ଷା ଓ ଗ୍ଲାସିୟର ତରଳିବା ଦ୍ବାରା ପାଣିର ଯୋଗାଣ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.