ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଡ୍ରାଗନକୁ ମୁହଁତୋଡ ଜବାବ ଦେଲା ଭାରତ; ଅରୁଣାଚଳପ୍ରଦେଶରେ ଚୀନ୍‌ର ନାମକରଣ ପ୍ରୟାସକୁ ଖାରଜ କଲା ବୈଦେଶିକ ମନ୍ତ୍ରଣାଳୟ

Published By : Bijay Swain | May 14, 2025 6:01 PM

ନୂଆଦିଲ୍ଲୀ: ଚାଇନାକୁ ମୁହଁତୋଡ ଜବାବ ଦେଲା ଭାରତ। ଖବର ମୁତାବକ ଚାଇନା ଅରୁଣାଚଳପ୍ରଦେଶର କେତେକ ଜାଗାର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାର କଡା ବିରୋଧ କରିଛି ଭାରତ। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, "ସୃଜନଶୀଳ ନାମକରଣ ବାସ୍ତବତାକୁ ବଦଳାଇ ପାରିବ ନାହିଁ। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା ଏବଂ ଆଗକୁ ମଧ୍ୟ ରହିବ।" 

ସୂଚନା ଅନୁଯାୟୀ, ଗତ ମଇ ୧୧-୧୨ ତାରିଖ ଦିନ ଚୀନ୍‌ର ବେସାମାରିକ ବିମାନ ଚଳାଚଳ ବିଭାଗ ଅରୁଣାଚଳ ପ୍ରଦେଶରେ ଥିବା ୨୭ଟି ସ୍ଥାନକୁ ନିଜ ଦାବି ଅନୁଯାୟୀ ନୂଆ ନାମ ଦେବାର ଚେଷ୍ଟା କରିଛି। ଯାହାକୁ ଚୀନ୍‌ "ଜାଙ୍ନାନ" ବୋଲି ଦାବି କରୁଛି। ଏହା ଚୀନ୍‌ର ଏକ ପୁରୁଣା ରଣନୀତି, ଯେଉଁଥିରେ ସେ ଅରୁଣାଚଳ ପ୍ରଦେଶରେ ନିଜର ଅମୂଳକ ଦାବିକୁ ଜୋରଦାର କରିବାକୁ ଚେଷ୍ଟା କରୁଛି। ଗତ ୨୦୧୭, ୨୦୨୧ ଏବଂ ୨୦୨୩ରେ ମଧ୍ୟ ଚୀନ୍‌ ଏହିପରି ନୂତନ ନାମକରଣ କରିଥିଲା। ଯାହାକୁ ଭାରତ ପୂର୍ବରୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲା।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧିର ଜୟସୁଆଲ କହିଛନ୍ତି, "ଚୀନ୍‌ର ଏହି ପ୍ରକାର ଅମୂଳକ ପ୍ରୟାସ ଅରୁଣାଚଳ ପ୍ରଦେଶର ଭାରତୀୟ ଅଂଶ ହେବାର ଐତିହାସିକ ଏବଂ ଭୌଗୋଳିକ ବାସ୍ତବତାକୁ ବଦଳାଇ ପାରିବ ନାହିଁ।" ଅରୁଣାଚଳ ପ୍ରଦେଶରେ ଭାରତ ନିୟମିତ ଭାବେ ଭିତ୍ତିଭୂମି ବିକାଶ ଏବଂ ସୀମା ସୁରକ୍ଷା କାର୍ଯ୍ୟ ଜାରି ରଖିଛି। ଯାହା ଚୀନ୍‌ର ଏକପାଖିଆ ଦାବିକୁ ଆହୁରି ନିରାଧାର ପ୍ରମାଣିତ କରୁଛି।

ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, "ଅରୁଣାଚଳପ୍ରଦେଶ ଭାରତର ଅଂଶ ଏବଂ ଏହାର ପ୍ରତ୍ୟେକ ଗାଁ ଓ ସହର ଭାରତୀୟ ସାର୍ବଭୌମତ୍ଵ ଅଧୀନରେ ରହିଛି। ଚୀନ୍‌ର ଏହି ପ୍ରକାର କୌଶଳ ଭାରତଠୁ ଅରୁଣାଚଳ ପ୍ରଦେଶକୁ ଅଲଗା କରିବା ପାଇଁ। କିନ୍ତୁ ଆମେ ଭାରତର ଅବ୍ୟଚ୍ଛେଦ ଅଙ୍ଗ। ଆନେ ଏଭଳି ଦାବିକୁ କଦାପି ଗ୍ରହଣ କରିପାରିବୁ ନାହିଁ।"

ଚୀନ୍‌ର ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ଆହୁରି ଜଟିଳ କରିଛି। ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି) ବିବାଦ ନେଇ ଦୀର୍ଘ ଦିନ ଧରି ଉତ୍ତେଜନା ଲାଗି ରହିଛି। ଭାରତ ବିଶ୍ଵ ସମୁଦାୟକୁ ଚୀନ୍‌ର ଏହି ଏକପାଖିଆ ପଦକ୍ଷେପ ବିରୋଧରେ ସଚେତନ କରାଇବା ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବିବାଦ ସମାଧାନ ପାଇଁ ପୁନର୍ବାର ଆହ୍ବାନ ଦେଇଛି। ତେବେ ଏହି ଘଟଣା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଏବଂ ସୀମା ସ୍ଥିତି ଉପରେ ଆଗାମୀ ଦିନରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞ ମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.