ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ପଞ୍ଜାବରେ ବିଷାକ୍ତ ମଦ ପାନ କରି ୨୩ ଜଣଙ୍କ ମୃତ୍ୟୁ, ଦିଲ୍ଲୀରୁ ୨ଅଭିଯୁକ୍ତ ଗିରଫ

Published By : Prameya | May 14, 2025 4:23 PM

ଅମୃତସର : ପଞ୍ଜାବରେ ବିଷାକ୍ତ ମଦ ପାନ କରି ୨୩ ଜଣ ଲୋକଙ୍କ ମୃତ୍ୟୁ ପରେ ପଞ୍ଜାବ ପୁଲିସ ଦିଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅମୃତସରର ମଜିଠା ସବ୍‌ ଡିଭିଜନର ୩ଟି ଗାଁରେ ବିଷାକ୍ତ ମଦ ଆତଙ୍କ ଖେଳାଇ ଦେଇଛି। ଅମୃତସର ଗ୍ରାମୀଣ ପୋଲିସ ଏବେ ବିଷାକ୍ତ ମଦର ସପ୍ଲାଇ କରୁଥିବା ଲୋକଙ୍କର ଗିରଫଦାରୀରେ ଲାଗି ପଡ଼ିଛି। ଏହି ବେପାରରେ ସଂପୃକ୍ତ ଥିବା ରବିନ୍ଦ୍ର ଜୈନ ଓ ଋଷଭ ଜୈନଙ୍କୁ ଦିଲ୍ଲୀର ମଡେଲ ଟାଉନ୍‌ରୁ ଧରାଯାଇଛି।

ଡିଜିପି ଗୌରବ ଯାଦବ ଏକ୍ସରେ ଲେଖିଛନ୍ତି , ୱାଟ୍ସଆପ୍‌ ଚ୍ୟାଟ୍‌ ହିଷ୍ଟ୍ରିରୁ ଜଣାପଡ଼ିଛି ଯେ,ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସାହିବ ସିଂହ ଋଷଭ ଜୈନଙ୍କ ସଂପର୍କରେ ଥିଲେ। ସନ୍ଦେହ କରାଯାଉଛି ଯେ, ଜୈନଙ୍କ ଠାରୁ ସାହିବ ସିଂହ ଏହି ଜିନିଷ ପାଇଥିଲେ,ଯାହା କି ପଞ୍ଜାବ ଅଞ୍ଚଳରେ ଅପମିଶ୍ରଣ ମଦର ଉତ୍ପାଦନ କରୁଥିଲେ। 

ପୋଲିସ ଅଧିକାରୀ କହିଛନ୍ତି - ଭାରତୀୟ ନ୍ୟାୟ ସଂହିତା ଓ ଅବକାରୀ ଆଇନର ଧାରାରେ କେସ୍‌ ରୁଜୁ କରାଯାଇଛି ଏବଂ ମାମଲାର ଯାଞ୍ଚ କରାଯାଉଛି ,ଯାହାକି ଅବୈଧ ନେଟୱାର୍କର ମୂଳରେ ପହଞ୍ଚି ହେବ। ଅମୃତସର ମଜିଠାରେ ଅପମିଶ୍ରମଣ ମଦ ପାନ କରି ଦୁଇ ଦିନରେ ୨୩ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି, ଯାହାକି ଆଉ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

ମଙ୍ଗଳବାର ସୁଦ୍ଧା ୨୧ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହାକି ବୁଧବାର ଆଉ ଦୁଇ ଲୋକଙ୍କ ମୃତ୍ୟୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାହିବ ସମେତ ୧୦ ଜଣ ଲୋକଙ୍କୁ ଗିରଫ କରାଯାଇ ସାରିଛି। ମଜିଠାର ଜିଏସପି ଓ ସ୍ଥାନୀୟ ଅବକାରୀ ଅଧିକାରୀଙ୍କ ସମେତ ୪ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇ ସାରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.