ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଭାରତର ବଡ଼ କୂଟନୈତିକ ବିଜୟ, BSF ଯବାନ ପୁର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ

Published By : Prameya | May 14, 2025 11:57 AM

ଭୁବନେଶ୍ଵର, ୧୪/୦୫ : ଭାରତର ବଡ଼ କୂଟନୈତିକ ବିଜୟ। BSF ଯବାନ ପୁର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ। ଏପ୍ରିଲ ୨୩ରୁ ପାକିସ୍ତାନରେ ଥିଲେ ଅଟକ। ୨୧ ଦିନ ପରେ ମୁକ୍ତ କଲେ ପାକ୍ ରେଞ୍ଜର୍ସ । ସୀମାରେ ଡ୍ୟୁଟି କରିବା ବେଳେ ଭୁଲ୍‌ବଶତଃ ସୀମା ଅତିକ୍ରମ କରିବାରୁ ଅଟକ ରଖିଥିଲା ପାକିସ୍ତାନ। ଅଟାରୀ-ୱାଘା ସୀମା ଦେଇ ଭାରତ ଫେରଲେ ପୁର୍ଣ୍ଣମ। ବିଏସଏଫ୍ କନେଷ୍ଟବଳ ପୁର୍ଣ୍ଣମ କୁମାର ସକାଳ ସାଢେ ୧୦ଟାରେ ଭାରତ ଫେରିଛନ୍ତି । ତାଙ୍କୁ ଏବେ ପଚରାଉଚରା କରାଯାଉଛି । ସେହିପରି ଭାରତରେ ଅଟକ ଥିବା ପାକ୍ ରେଞ୍ଜର୍ସ ମହମ୍ମଦ ଆଲ୍ଲାଙ୍କୁ ଭାରତ ମୁକ୍ତ କରିଛି। ତାଙ୍କୁ ଆଜି ପାକିସ୍ତାନକୁ ପଠାଯାଇଛି। 

ସୂଚନାନୁଯାୟୀ, ପୁର୍ଣ୍ଣମ କୁମାର ଏପ୍ରିଲ ୨୩ ତାରିଖରେ ସୀମାରେ ଡ୍ୟୁଟି କରିବା ସମୟରେ ପ୍ରଚଣ୍ଡ ଖରା ଯୋଗୁଁ ଭୁଲବଶତଃ ପାକିସ୍ତାନ ସୀମା ଅତିକ୍ରମ କରି ଏକ ଗଛ ତଳକୁ ଚାଲିଯାଇଥିଲେ। ଏହି ସମୟରେ ପାକିସ୍ତାନୀ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲେ। ତାଙ୍କର ସର୍ଭିସ୍ ରାଇଫଲସ୍ ଜବତ କରାଯାଇଥିଲା। ତାଙ୍କୁ ମୁକ୍ତ କରିବା ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଫ୍ଲାଗ୍ ମିଟିଂ ଡକାଯାଇଥିଲା। ହେଲେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ଜବାବ ମିଳିନଥିଲା। ପାକିସ୍ତାନ ଜାଣିଶୁଣି ଫ୍ଲାଗ୍ ମିଟିଂ କରାଇ ଦେଉନଥିଲା । ଏହାପରେ ପୁର୍ଣ୍ଣମଙ୍କ ମୁକ୍ତି ପାଇଁ କୂଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଥିଲା। ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଯୋଗୁଁ ପୁର୍ଣ୍ଣମଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ଵ ହୋଇଥିଲା। ଅପରେସନ ସିନ୍ଦୂରରେ ଭାରତ ଯେପରି ପାକିସ୍ତାନକୁ ଧୂଳି ଚଟାଇଲା ଏହାପରେ ପାକ୍ ବିଏସଏଫ୍ ଯବାନଙ୍କୁ ଛାଡ଼ିବାକୁ ବାଧ୍ୟ ହେଲା ।

ଏହି ଖବରଟିକୁ ପଢନ୍ତୁ-ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍, ଭାରତ କହିଲା ‘ଏହା ଆମର ଥିଲା, ରହିଛି, ରହିବ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.