ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ରୁଷରୁ ଆହୁରି ଏସ୍‌-୪୦୦ ମିସାଇଲ ସିଷ୍ଟମ କିଣିବ ଭାରତ, ସମ୍ବେଦନଶୀଳ ଅଞ୍ଚଳରେ କରିବ ମୁତୟନ

Published By : Prameya | May 14, 2025 9:05 AM

ନୂଆଦିଲ୍ଲୀ ୧୪/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ସଂଘର୍ଷ ବେଳେ ରୁଷରୁ ଆସିଥିବା ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ମିସାଇଲ ସିଷ୍ଟମର ବ୍ୟବହାର ସଫଳ ହୋଇପାରିଛି । ତେଣୁ ତାକୁ ଦୃଷ୍ଟିରେ ରଖି ଭାରତ ରୁଷଠାରୁ ଅଧିକ ଏସ୍‌-୪୦୦ ମିସାଇଲ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି । ଏ ସଂକ୍ରାନ୍ତରେ ରୁଷ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇସାରିଛି । ଖୁବଶୀଘ୍ର ଏହି ପ୍ରସ୍ତାବକୁ ରୁଷ ଅନୁମୋଦନ କରିବାର ସମ୍ଭାବନା ରହିଛି । ରୁଷର ଅନୁମୋଦନ ପରେ ଭାରତକୁ ଅଧିକ ଏସ୍‌୪୦୦ ମିସାଇଲ ସିଷ୍ଟମ ମିଳିବ । ଫଳରେ ଭାରତ ତାକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିବ । 

ନିକଟରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଶତାଧିକ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଥିଲା । କିନ୍ତୁ ସେଠାରେ ଭାରତର ଏସ୍‌-୪୦୦ ସିଷ୍ଟମ ସକ୍ରିୟ ଥିବା କାରଣରୁ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ଆକାଶମାର୍ଗରେ ଧ୍ୱଂସ କରିଦିଆଯାଇଥିଲା । ରୁଷରୁ ଭାରତ କିଣିଥିବା ଏସ୍‌-୪୦୦କୁ ସୁଦର୍ଶନ ଚକ୍ର ବୋଲି କହୁଛି । ରୁଷରୁ ୫ଟି ଏସ୍‌-୪୦୦ ସିଷ୍ଟମ ଆଣିବା ଲାଗି ଭାରତ ୨୦୧୮ରେ ୫.୪୩ ବିଲିୟନ ଡଲାର ମୂଲ୍ୟର ରାଜିନାମା କରିଥିଲା । ଚୀନ୍‌ ଓ ପାକିସ୍ତାନର ମୁକାବିଲା କରିବା ଉଦ୍ଦେଶ୍ୟରେ ୨୦୨୧ରେ ପ୍ରଥମ କରି ଏହା ପଞ୍ଜାବରେ ମୁତୟନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.