ନୂଆଦିଲ୍ଲୀ,୧୪ /୦୫: ପହଲଗାମ ପ୍ରତିଶୋଧ ପାଇଁ ଅପରେସନ୍ ସିନ୍ଦୂର ପରେ ଏବେ ଅପରେସନ୍ କେଲର୍ । ନାକରେ ପାଣି ପିଇବେ ଆତଙ୍କୀ । ଖୋଜି ଖୋଜି ଘରେ ପଶି ଆତଙ୍କୀଙ୍କୁ ମାରିବେ ସେନା । ପାତାଳରେ ଲୁଚି ଥିଲେ ବି ଖୋଜି ବାହାର କରିବେ ସେନା । ଏ ନେଇ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ କେଲର୍ । ଏହି ଅପରେସନ୍ ଜରିଆରେ ଗତକାଲି (ମଙ୍ଗଳବାର) ୪ ଲସ୍କର ଆତଙ୍କୀକୁ ସଫା କରିଛି ସେନା ।
ଅପରେସନ୍ କେଲର୍ କ'ଣ ? କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଶେଷ ନିଶ୍ୱାସ ଗଣିବେ ଆତଙ୍କବାଦୀ । ଆଉ ନାହିଁ ନିସ୍ତାର । ସେମାନଙ୍କ ଦିନ ସରି ସରି ଆସୁଛି । ପାତାଳରେ ଥିଲେ ବି କାପୁରୁଷ ଭୀରୁଙ୍କୁ ଖୋଜି ଖୋଜି ଆଡ୍ଡାରେ ପଶି ମାରିବେ ଭାରତୀୟ ସେନା । ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନା ପକ୍ଷରୁ 'ଅପରେସନ୍ କେଲର' ଆରମ୍ଭ ହୋଇଛି । ଅପରେସନ୍ ସିନ୍ଦୂରର ଏହା ଏକ ବୃହତ୍ତର ଅଂଶ । ଭାରତର ମାଟିରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ । ଏହା ଅପରେସନ୍ କେଲର ମୁଖ୍ୟ ଉଦ୍ଦେଶ୍ୟ । ଆତଙ୍କବାଦୀଙ୍କୁ ଚିହ୍ନଟ କରି ଘରେ ପଶି ମାରିବ ଇଣ୍ଡିଆନ୍ ଆର୍ମି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ଆସୁଛନ୍ତି ଆତଙ୍କବାଦ ବିରୋଧରେ ଭାରତରେ ଜିରୋ ଟଲରାନ୍ସ ନୀତି ଆପଣାଯାଇଛି । ଏହାରି ଭିତରେ ଅପରେସନ୍ କେଲର ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ଦ୍ୱାରା ପ୍ରାପ୍ତ ସଠିକ୍ ଗୁପ୍ତ ସୂଚନା ଆଧାରରେ ଜମ୍ମୁ ଏବଂ କାଶ୍ମୀରର ସୋପିଆନରେ ଗତକାଲି ଲସ୍କର-ଏ-ତୈଏବାର ୪ ଆତଙ୍କୀଙ୍କୁ ନିପାତ କରିଛି ଅପରେସନ୍ କେଲର । ସୋପିଆନ ଜିଲ୍ଲା ସୋଏକାଲ କେଲର ଅଞ୍ଚଲରେ ଅପରେସନ୍ ହୋଇଥିଲା । ସର୍ଚ୍ଚ ଆଣ୍ଡ ଡେଷ୍ଟ୍ରୋୟ୍ ମିଶନ ବେଳେ ଆତଙ୍କୀ ଗୁଳିଚଳାଇ ଥିଲେ । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ଜମ୍ମୁରେ ଆତଙ୍କବାଦୀ ନେଟୱାର୍କରୁ ଧଂସ୍ୱ କରିବାକୁ ଅପରେସନ୍ କେଲର ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ...‘ଅପରେସନ୍ ସିନ୍ଦୂର ପରେ’ ଆକାଶଛୁଆଁ ବ୍ରହ୍ମୋସ ଲୋକପ୍ରିୟତା, ମିସାଇଲ କିଣିବାକୁ ଲାଇନ୍ରେ ୧୭ ଦେଶ
OPERATION KELLER
— ADG PI - INDIAN ARMY (@adgpi) May 13, 2025
On 13 May 2025, based on specific intelligence of a #RashtriyasRifles Unit, about presence of terrorists in general area Shoekal Keller, #Shopian, #IndianArmy launched a search and destroy Operation. During the operation, terrorists opened heavy fire and fierce… pic.twitter.com/KZwIkEGiLF
କହି ରଖୁଛି କି, ଏପ୍ରିଲ ୨୨ରେ ଜମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକ ଥିଲେ । ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳି କରିଥିଲେ ଆତଙ୍କୀ । ସ୍ତ୍ରୀ ଆଗରେ ସ୍ୱାମୀକୁ ହତ୍ୟା କରିଥିଲେ । ଏହାପରେ ପ୍ରତିଟି ଭାରତୀୟ କ୍ରୋଧରେ ଜଳୁଥିଲେ । ମେ ୬ ବିଳମ୍ବିତ ରାତି । ଆରମ୍ଭ ହୋଇଥିଲା 'ଅପରେସନ୍ ସିନ୍ଦୂର' । ପିଓକେ ଓ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଡ୍ରୋନ୍ ଓ ମିଜାଇଲ୍ ମାଡ କରିଥିଲେ । ଏଥିରେ ଛାରଖାର ହୋଇଥିଲା ଆତଙ୍କୀସ୍ଥାନ । ୧୦୦ ଆତଙ୍କୀ ନିପାତ ହୋଇଥିଲେ ।