ଭୁବନେଶ୍ବର,୧୭।୨ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି। ନୂଆ ସରକାରଙ୍କ ଏହା ହେଉଛି ୨ୟ ବଜେଟ ଉପସ୍ଥାପନ ଏବଂ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଗତବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ ରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଲକ୍ଷ୍ୟ ରହିଛି। କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଯୁବବର୍ଗକୁ ଏଥିରେ ଫୋକସ ଦିଆଯାଇଛି। ଅନ୍ନଦାତା, ଓଡ଼ିଶା ଅସ୍ବିତାକୁ ଗୁରୁତ୍ବ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି।
ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରକୁ ଫୋକସ ଦିଆଯାଇଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ଦେବା ଲକ୍ଷ୍ୟ ରହିଛି। ଓଡ଼ିଶାର ବିକାଶ ସହ ହେବ ସହରୀକରଣ ବ୍ୟବସ୍ଥା’ । ବନ୍ଦର ଭିତ୍ତିକ ବିକାଶ ଉପରେ ସରକାରଙ୍କ ଗୁରୁତ୍ବ ରହିଛି । ନୂତନ ନିଯୁକ୍ତିକାରୀ ଶିଳ୍ପ ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ୧୬ ଲକ୍ଷ ୭୩ହଜାର କୋଟିର ପୁଞ୍ଜି ଆସିବା ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଏକ ହଜାର ୮୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆ ସେତୁ ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଐତିହ୍ୟ ବିଦ୍ୟାଳୟ ଯୋଜନାରେ ୬୦ କୋଟି ଟଙ୍କା ବଜେଟରେ ରହିଛି। ରାଜ୍ୟରେ ଆଉ ୮ଟି ସଫ୍ଟଓ୍ବେୟାର ଟେକ୍ନୋଲୋଜି ପାର୍କ (ଏସଟିପିଆଇ) ସ୍ଥାପିତ କରାଯିବ ।
ବଜେଟ ମୁଖ୍ୟାଂଶ
ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ୧ ହଜାର ୮୫ କୋଟି ଟଙ୍କାର ବ୍ୟୟବରାଦ
ଅଟଳ ବସ ଷ୍ଟାଣ୍ଡ ଯୋଜନାରେ ୧ ହଜାର ୨୬୬ କୋଟି ଟଙ୍କାର ବ୍ୟୟବରାଦ
ସଡ଼କ ଉନ୍ନୟନ ପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟବରାଦ
ବ୍ରହ୍ମପୁରରୁ-ଜୟପୁର ୬ ଲେନ୍ ବିଶିଷ୍ଟ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ପାଇଁ ପ୍ରସ୍ତାବ ରହିଛି
ଚଳିତ ବର୍ଷ ସହରାଞ୍ଚଳ ପିଏମ ଆବାସ ଯୋଜନାରେ ୭୫୫ କୋଟି ଟଙ୍କାର ବ୍ୟୟ ବରାଦ
ପର୍ଯ୍ୟଟନ କ୍ଷେତ୍ର ପାଇଁ ୮୨୦ କୋଟି ଟଙ୍କା ବନ୍ଦୋବସ୍ତ କରାଯାଇଛି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ ହଜାର ୪୭୦ କୋଟି ଟଙ୍କାର ବ୍ୟୟବରାଦ
ବଳକା କାମ ଓ ନୂଆ ସେତୁ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ
ଅନ୍ତୋଦୟ ଗୃହ ଯୋଜନାରେ ୭ହଜାର ୫୫୦ କୋଟି ଟଙ୍କାର ବ୍ୟୟ ବରାଦ
ମନରେଗା ପାଇଁ ୨ ହଜାର ୫ଶହ କୋଟି ଟଙ୍କାର ବ୍ୟୟବରାଦ
ସ୍ବଚ୍ଛ ଭାରତ ମିଶନରେ ୬୦୦ କୋଟିର ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଅଧୀନରେ ୩ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା
ଆମ ହସ୍ପିଟାଲ ଯୋଜନାରେ ୪୨୦ କୋଟି ଟଙ୍କାର ବ୍ୟବସ୍ଥା
ଜାତୀୟ ସ୍ବାସ୍ଥ୍ୟ ମିଶନ ବାବଦକୁ ୨ ହଜାର ୯୧ କୋଟି ଟଙ୍କା ଖର୍ଚ୍ଚ ହେବ
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ଯୋଜନାରେ ୪ ହଜାର ୪୭୯ କୋଟି ଟଙ୍କା