ନୂଆଦିଲ୍ଲୀ,୨୦/୨ : କେରଳର କଲପେଟ୍ଟାର ଏକ ଫ୍ୟାମିଲି କୋର୍ଟରେ ଗୁରୁବାର ବମ୍ ରଖିବା ସୂଚନାରେ ସେଠାରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ମାତ୍ର ଏହି ସୂଚନା ପରେ ମିଛ ବାହାରିଥିଲା । ପୋଲିସ କହିଛି କି ଅଦାଲତରେ ବମ୍ ରଖାଯିବାର ସୂଚନା ଅଦାଲତର ଅଫିସିଆଲ୍ ଇମେଲରେ ମିଳିଥିଲା । ଅଦାଲତର କର୍ମଚାରୀ ଏହାର ସୂଚନା ତୁରନ୍ତ ବିଚାରପତିଙ୍କୁ ଦେଇଥିଲେ ପରେ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ । ଏହାପରେ ବମ୍ ନିଷ୍କ୍ରିୟ ଦଳକୁ ସେଠାରେ ନିୟୋଜିତ କରାଯାଇଥିଲା । ମାତ୍ର ପୋଲିସ କହିଛି କି ସେଠାରେ ବହୁ ଖୋଜାଖୋଜି ପରେ କୌଣସି ବିସ୍ଫୋଟକ ମିଳିପାରିନାହିଁ । ପୋଲିସକୁ ଅପରାହ୍ନ ପ୍ରାୟ ୧୨ଟା ୩୦ରେ ସୂଚନା ମିଳିଥିଲା ଏବଂ ସେ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲା ।
ପ୍ରକାଶ ଯେ, ଏହିକ୍ରମରେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବି ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ସୂଚନା ଅନୁସାରେ ଗ୍ୟାରେଗାଓଁ ପୋଲିସକୁ ଏକ ଅଜ୍ଞାତ ବ୍ୟକ୍ତିଙ୍କ ଇମେଲ୍ ମିଳିଥିଲା । ସେଥିରେ ଏକନାଥ ସିନ୍ଦେଙ୍କ ଗାଡ଼ିକୁ ବମରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା । ମନ୍ତ୍ରାଳୟ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେଶନରେ ବି ଏହି ଭଳି ଭାବେ ଧମକପୂର୍ଣ୍ଣ ଇମେଲ ଆସିଛି । ପୋଲିସ ଧମକପୂର୍ଣ୍ଣ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି । ପ୍ରକାଶ ଯେ, ଏକନାଥ ସିନ୍ଦେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ରାମଲୀଳା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପରେ ଏନଡିଏ ନେତାଙ୍କ ସହ ବୈଠକ ଲାଗି ବାହାରି ଯାଇଥିଲେ । ଦିଲ୍ଲୀରେ ଆଜି ରେଖା ଗୁପ୍ତା ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।