ପ୍ରମୂଖ ଖବର
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ବସିବ ବିଏମସି ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

Published By : Prameya | April 23, 2025 8:17 AM

ଭୁବନେଶ୍ୱର,୨୩/୦୪: ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୈଠକ ବସିବ । ଏହାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଷ୍ଟାଣ୍ଡିଂ କମିଟି ବୈଠକ ସରିଛି । ପୂର୍ବ ମାସରେ ବୈଠକ ହୋଇନଥିବା ବେଳେ ଏଥର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ । ସେପଟେ କିଛି ବିଜେପି କର୍ପୋରେଟର ମଧ୍ୟ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ସଜବାଜ ହେଉଛନ୍ତି । 

ମିଳିଥିବା ସୂଚନା ମୁତାବକ, ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକ ୱାର୍ଡ ଅଫିସରେ ଏକାଠି ହୋଇଥିଲେ । ସେଠାରେ ଆସନ୍ତାକାଲି ବୈଠକ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବିଶେଷ କରି ଡୋର ଟୁ ଡୋର ଅଳିଆ ସଫେଇ ଟେଣ୍ଡର ପ୍ରସଙ୍ଗ ଆସନ୍ତାକାଲି ବୈଠକରେ ଉଠିବ । ଟେଣ୍ଡର ବାତିଲ କରିବାକୁ ଦାବି ଉଠାଇବେ । ସେହିପରି ଏକାଧିକ ପ୍ରକଳ୍ପକୁ ବିନା କର୍ପୋରେସନ ଅନୁମୋଦନ ଦିଆଯାଇଥିବା କଥା ମଧ୍ୟ ଉଠିବାର ସମ୍ଭାବନା ରହିଛି । କର୍ପୋରେଟର ଅଭିଯୋଗ କରିଛନ୍ତି, କୌଣସି କାମକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ଅନୁମୋଦନ ଦିଆଯିବ । ଏହାକୁ ପରବର୍ତ୍ତୀ ମୁହୁର୍ତ୍ତରେ ବୈଠକରେ ଉପସ୍ଥାପନା କରାଯିବା କଥା । ହେଲେ ଏକାଧିକ କାର୍ଯ୍ୟକୁ ଅନୁମୋଦନ ଦେବା ପରେ ବୈଠକରେ ଉପସ୍ଥାପନ କରାଯାଉନି ବୋଲି ଅଭିଯୋଗ ହୋଇଛି ।

ଏହି ଖବରଟିକୁ ପଢନ୍ତୁ-ଏପ୍ରିଲରେ ରେକର୍ଡ ଭାଙ୍ଗିଲା ତାତି, ୨୭ରୁ ତ୍ରାହି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.