କଟକରୋଡ଼, ୨୩/୦୪ : ସଂଜ ନଁଇଲେ ନିଶାସକ୍ତଙ୍କ କବ୍ଜାରେ ବିଦ୍ୟାଳୟ। ମାତ୍ର ୪ ଶିକ୍ଷୟତ୍ରୀଙ୍କ ଦାୟିତ୍ୱରେ ୧୨୦ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା । ସେଥିମଧ୍ୟରୁ ଜଣେ ଟ୍ରେନିଂରେ ଯିବା ଫଳରେ ସଂଖ୍ୟା କମିଛି । ବିଦ୍ୟାଳୟ ପରିସରରେ ଏକାଧିକ କୋଠାରୀ ଥିବା ସ୍ଥଳେ ଶିକ୍ଷକଙ୍କ ଅଭାବ ନେଇ ସମସ୍ତ ଶ୍ରେଣୀଗୃହ କାର୍ଯ୍ୟକ୍ଷମ ହୋଇପାରୁନି । ପିଅନ,ଜଗୁଆଳୀ ନ ରହିବା ଅସାମାଜିକଙ୍କୁ ସୁହାଇଛି । ଏଭଳି ଏକାଧିକ ପ୍ରସଙ୍ଗ ଘେରରେ ରହିଛି ୧୯୫୮ ମସିହାରେ ରାଜଧାନୀର ବୁଦେ୍ଧଶ୍ୱରୀ କଲୋନୀ ଅଂଚଳରେ ସ୍ଥାପିତ ହୋଇଥିବା ଷ୍ଟେସନ ବଜାର ସରକାରୀ ଉପ୍ରା ବିଦ୍ୟାଳୟ । ୬୭ ବର୍ଷର ଏକ ପୁରାତନ ସ୍କୁଲ ଅବ୍ୟବସ୍ଥାରେ ଛନ୍ଦି ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ସମସ୍ତେ ବଢିବେ,ସମସ୍ତେ ପଢିବେ ଭଳି ସରକାକଙ୍କ ଗୁରୁତ୍ୱପୂର୍ଣ୍ଣ ଆଶାର ବାର୍ତ୍ତା ଯେଭଳି ଏଠାରେ ଦିଶାହୀନ ହେବା ଭଳି ହୋଇଛି । ଦୀର୍ଘଦିନରୁ ଶିକ୍ଷକଙ୍କ ଅଭାବ ଏଠାରେ ଶିକ୍ଷାଦାନରେ କ୍ରମାଗତ ବ୍ୟାଘାତ ସୃଷ୍ଟି କରିଛି । ପରିସ୍ଥିତିରେ କୌଣସି ସୁଧାର ନ ଆସିବା ଫଳରେ ଇତିମଧ୍ୟରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନାମ ଲେଖାଇବା ପ୍ରସଙ୍ଗକୁ ଜଟିଳ କଲାଣି ।
ସୂଚନା ଥାଉ କି,ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ୧୨୦ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । କିନ୍ତୁ ସୀମିତ ସଂଖ୍ୟକ ଶିକ୍ଷକ ଏଠାରେ ମୁଖ୍ୟ ସମସ୍ୟା ହୋଇଛି । ଅତ୍ୟନ୍ତ ୮ ଶିକ୍ଷକ ରହିବା ଆବଶ୍ୟକ ବୋଲି କୁହାଯାଇଛି । ବାରମ୍ବାର ଏ ବାବଦରେ ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସିପାରିନି । ଅନ୍ୟପକ୍ଷରେ ସ୍ମାଟସିଟିର ଅନେକ ପୁରାତନ ବିଦ୍ୟାଳୟର ରୁପରେଖ ବଦଳି ଥିବା ବେଳେ ଏକ ପ୍ରମୁଖ ଆବାସିକ ଅଂଚଳରେ ଗଢି ଉଠିଥିବା ଏହି ସ୍କୁଲ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବା ଶିକ୍ଷା ବିଭାଗର ଅବହେଳାକୁ ସ୍ପଷ୍ଟ କରିଛି । ଏଥିସହ ବିଦ୍ୟାଳୟରେ ଚପରାସି ଓ ରାତ୍ରୀ ଜଗୁଆଳି ଆଉ ଏକ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଲାଣି। ଏହି ସୁଯୋଗରେ ସଂଜ ନଁଇଲେ ପରିସର ନିଶାସକ୍ତ ଆଡ୍ଡାସ୍ଥଳୀ ପାଲଟୁଛି ।
ଦୈନନ୍ଦିନ ବିଦ୍ୟାଳୟ ଖୋଲିବା ସମୟରେ ପରିସରରେ ମଦ ବୋତଲ ଗଡିବା ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଉଥିବା ଲୋକେ କହିଛନ୍ତି । ଅନେକ ସମୟରେ ସ୍କୁଲ୍ ମୁଖ୍ୟ ଫାଠକ ତାଲା ଭାଙ୍ଗି ସାମଗ୍ରୀ ଚୋରି ହେବା ପୂର୍ବରୁ ନଜିର ରହିଥିବା ବେଳେ ଏବେ ବି ମଧ୍ୟ ଏହା ଜାରୀ ରହିଛି । ଘଟଣା ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦେଇ କୁହନ୍ତି ଶିକ୍ଷକଙ୍କ ଅଭାବ ଓ ଏଠାକାର କେତେକ ସମସ୍ୟା ବାବଦରେ ମାସିକ ବୈଠକରେ ନିୟମିତ ଜଣଯାଉଛି । ଖୋର୍ଦ୍ଧା ଜିଲ।। ଶିକ୍ଷାଧିକାରୀ ସୋନାମିକା ରାୟ କହିଛନ୍ତି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।
ଏହି ଖବରଟିକୁ ପଢନ୍ତୁ-ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବ ବାଉଁଶ