ପ୍ରମୂଖ ଖବର
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା

Published By : Prameya | April 23, 2025 9:07 AM

ପୁରୀ,୨୩/୦୪: ବୁଧବାର  ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ  ବନକଲାଗି(ଶ୍ରୀମୁଖ ସିଂହାର) ନୀତି  ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା  କରିବେ । ଏହି ନୀତି ସମୟରେ  ସର୍ବସାଧାରଣ ଦର୍ଶନ ମନା । ଅପରାହ୍ନ  ପ୍ରାୟ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ  ବନକଲାଗି ପାଇଁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି । 

ଦ୍ବିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ଏହି  ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ବନକଲାଗି  ନୀତି ସମ୍ପନ୍ନ ହୋଇ ମହାସ୍ନାନ ନୀତି  ବଢ଼ିଲେ ପୁନଃ ଠାକୁର ଦର୍ଶନ ଆରମ୍ଭ  ହେବ । ଦତ୍ତମହାପାତ୍ର ସେବକମାନେ  ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପରେ  ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.