ଭୁବନେଶ୍ୱର, ୬।୪: ବିଜେପିର ପ୍ରତିଷ୍ଠା ଦିବସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ । ୪୬ ତମ ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କଠୁ ନେଇ ତୃଣମୂଳସ୍ତରରେ ଆମର କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହିତ ଅଛନ୍ତି । ୪୬ ବର୍ଷରେ ଜମ୍ମୁ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ୨୧ ଟି ରାଜ୍ୟରେ ସେବା କରିବା ପାଇଁ ଲୋକଙ୍କ ଆଶୀର୍ବାଦ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ଵରେ ୧ ନମ୍ବର ଦଳ ହିସାବରେ ଆଜି ଲୋକଙ୍କ ସେବା କରିଆସୁଛି । ଲୋକଙ୍କ ସହଯୋଗ, ଶୁଭେଛା ,ଆଶୀର୍ବାଦରେ ଦଳ ଆଗକୁ ଯାଇଛି । ଭାରତକୁ ବିକଶିତ ଭାରତରେ ପହଞ୍ଚାଇବାରେ ଯଶଶ୍ଵି ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଉଭୟ ଲୋକସଭା ଓ ବିଧାନସଭାରେ ଆମର ପ୍ରଦର୍ଶନ ଖୁବ୍ ପ୍ରଶଂସନୀୟ । ଏହି ସୁଯୋଗ ପାଇଁ ଓଡ଼ିଶାର ଜନତାଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଦଳ ରେକର୍ଡ ସଂଖ୍ୟକ ସଦସ୍ୟତା ହାସଲ କରିଛି । ୪୦ ଲଖ୍ୟରୁ ଉର୍ଦ୍ଧ ସଦସ୍ୟତା ଗ୍ରହଣ କରିଛନ୍ତି । ଏହାକୁ ଚଳିତ ବର୍ଷ ୨ ଗୁଣିତ କରିବାକୁ ଲକ୍ଷ ରହିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦଳର ପ୍ରତ୍ୟେକଟି ସଦସ୍ୟଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ଏବଂ ନେତୃବୃନ୍ଦଙ୍କ ସମର୍ପିତ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି । ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା । ଦଳ ପାଇଁ ଅତୁଳନୀୟ ଅବଦାନ ରଖିଥିବା ସମସ୍ତ କାର୍ଯ୍ୟକର୍ତ୍ତା ତଥା ମହାପୁରୁଷମାନଙ୍କ ଦୃଢ଼ ନିଷ୍ଠା, ତ୍ୟାଗକୁ ସ୍ମରଣ କରି ଏକ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।