ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌କୁ ଝଟ୍‌କା, ଜୁନ୍‌ ୧୫ ପୂର୍ବରୁ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Image Courtesy: newsroompost

ନୂଆଦିଲ୍ଲୀ: ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନକୁ ନଜରରେ ରଖି ଜୁନ୍‌ ୧୫ ଯାଏଁ ଆମ ଆଦମୀ ପାର୍ଟିକୁ ସମୟ ଦିଆଯାଇଛି । ରାଉସ ଆଭେନ୍ୟୁ କୋର୍ଟକୁ ଆବଣ୍ଟିତ ଜମି ଉପରେ ଆପର କାର୍ଯାଳୟ ତିଆରି ହୋଇଥିବା ନେଇ ଅଭିଯୋଗ ରହିଛି । ଏହି ମାମଲାରେ ହାଇକୋର୍ଟ ମଧ୍ୟ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା କେଜ୍ରିଓ୍ବାଲଙ୍କ ଦର ଆପ୍‌ । 

ଏବେ ସୁପ୍ରିମକୋର୍ଟ ମଧ୍ୟ ଘର ଖାଲି କରିବାକୁ ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନୂଆ କାର୍ଯ୍ୟାଳୟ ଲାଗି ଦଳ ଆବେଦନ କରିବାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସେପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମ୍ବନ୍ଧିତ ବିଭାଗ ଆପର ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଶୁଣାଇବ । ଆପ୍‌ କାର୍ଯ୍ୟାଳୟ ଥିବା ଜମି ପୂର୍ବରୁ କୋର୍ଟକୁ ଆବଣ୍ଟିତ ହୋଇଛି । ସେଠାରେ ହାଇକୋର୍ଟର କର୍ମଚାରୀଙ୍କ ଲାଗି ଆବାସ ତିଆରି ହେବ । ତେଣୁ ଆପ୍‌ ସେଠାରେ କାର୍ଯ୍ୟାଳୟ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ଏହା ପୂର୍ବରୁ ଫେବୃଆରୀ ୧୪ରେ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ କହିଥିଲେ ଯେ, କାହାରିକୁ ଆଇନ ଭାଙ୍ଗିବା ଲାଗି ଅନୁମତି ଦିଆଯିବ ନାହିଁ । ଜୁନ୍‌ ୧୫ ଭିତରେ ଏହି କାର୍ଯ୍ୟାଳୟ ଖାଲିବାକୁ ନିର୍ଦ୍ଦେଶ ଦିଆଗଲା । 

ଯେଉଁ ସ୍ଥାନକୁ ନେଇ ଚର୍ଚ୍ଚା ଜାରି ରହିଛି ସେଠାରେ ଦିଲ୍ଲୀର ପରିବହନ ମନ୍ତ୍ରୀଙ୍କ ବାସଭବନ ଥିଲା । ହେଲେ ପରବର୍ତ୍ତୀ ସମୟରେ ଆପ୍‌ ସେଠାରେ ନିଜର କାର୍ଯ୍ୟାଳୟ ନିର୍ମାଣ କରିଥିଲା । ସେପଟେ ଏହି ଜମି ଆପକୁ ଆବଣ୍ଟିତ ହୋଇଥିଲା । ସେଠାରେ କୌଣସି ପ୍ରକାର ଜବରଦଖଲ କରାଯାଇନାହିଁ ବୋଲି ଦାବି କରିଥିଲା ଆମ ଆଦମୀ ପାର୍ଟି । 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.