ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ନବରଙ୍ଗପୁରରେ ଭାରତ ବନ୍ଦ ପ୍ରଭାବ; ଚକ ଅଖ ଜାମ୍, ଦୋକାନ ବଜାର ବନ୍ଦ

Published By : Rasmita Pradhan | July 9, 2025 1:56 PM

ନବରଙ୍ଗପୁର, ୯/୭ : ବୁଧବାର କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଉଛି। ଏହାକୁ ସମର୍ଥନ କରି ନବରଙ୍ଗପୁର ଜିଲ୍ଲାର ୬ଟି ଟ୍ରେଡ୍ ୟୁନିୟନ ଓ ୮ଟି ସଙ୍ଗଠନ  ୧୨ଘଣ୍ଟିଆ ବନ୍ଦ ପାଳନ କରିଛି । ନବରଙ୍ଗପୁର ସହରର ଚମୁରିଆଗୁଡ଼ା ଓ ମାଝୀଗୁଡ଼ା ଛକ ତଥା ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରେଡ୍ ୟୁନିୟନର କର୍ମକର୍ତ୍ତାମାନେ ବ୍ୟାନର ଲଗାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ମୋଟର ସବୁ ଅଟକି ରହିଛି। ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ସହରରେ ଦୋକାନ ବଜାର ବନ୍ଦ ରହିଛି ।

ଏହି ଆନ୍ଦୋଳନରେ ସିଆଇଟିୟୁ ଜିଲ୍ଲା ସମ୍ପାଦକ ରାଜେଶ ଜାନୀ, ଆଇଏନଟିୟୁସିର ଜିଲ୍ଲା ସଭାପତି ବିଘ୍ନରାଜ ନାୟକ, ଏଆଇଟିୟୁସିର ଜିଲ୍ଲାସଭାପତି ସନାତନ ସାହୁ, ଟିୟୁସିସି ଜିଲ୍ଲା ସଭାପତି ସୁଶାନ୍ତ କୁମାର ସୁନା, ଏଆଇକେଏସ୍ ଜିଲ୍ଲା ସମ୍ପାଦକ ଦେବରାଜ ନାଗ, ଡିଓ୍ବାଇଏଫଆଇ ସଦସ୍ୟ ଦୟାନିଧୂ ସୁନା, ରାଷ୍ଟ୍ରୀୟ କିଷାନ ମଜଦୁର ମହାସଙ୍ଘ ଜିଲ୍ଲା ସମ୍ପାଦକ ଭଗବାନ ବୈରାଗୀ, ଖ୍ରୀଷ୍ଟିୟାନ ମାଇନୋରେଟି ଜିଲ୍ଲାସଭାପତି ସୁଧୂର ପାତ୍ର, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲାସଭାପତି ନୂଆଁ ଖାଉ ଭତ୍ରା, ଓଡ଼ିଶା କୃଷକ ସଭା ଜିଲ୍ଲା ସଭାପତି ଧରମଦାସ ଭତ୍ରା, ଜିଲ୍ଲାରାଜମିସ୍ତ୍ରୀ ସଙ୍ଘ ସଭାପତି ବିପିନ ନାଗ, କଂଗ୍ରେସ ନେତା ମୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଛନ୍ତି। 

ସରକାର ଗରିବ ଖଟିଖିଆ ଶ୍ରମିକ, ଚାଷୀଙ୍କୁ ଗୁରୁତ୍ଵ ନଦେଇ ଶିଳ୍ପପତି ଓ ପୁଞ୍ଜିପତିଙ୍କ ହାତରେ ଅମୂଲ୍ୟ ସମ୍ପଦକୁ ଟେକି ଦେଇଛନ୍ତି। ନ୍ୟୁନତମ ମାସିକ ମଜୁରୀ ୨୬ହଜାର ଟଙ୍କା, ମନରେଗାରେ ଶ୍ରମିକଙ୍କୁ ୨୦୦ ଦିନ କାମ, ଶ୍ରମିକ ଓ ଚାଷୀଙ୍କ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଦେୟମୁକ୍ତ କରାଯାଉ। ଦେଶରେ ଘରୋଇକରଣ ବନ୍ଦ କରାଯାଉ । ଚାଷୀର ସମସ୍ତ ଉତ୍ପାଦିତ ଫସଲ କ୍ରୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଓ ଚାଷୀଙ୍କୁ ଋଣ ଛାଡ କରାଯାଉ । ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଲାଗୁ, ରାଜ୍ୟରେ ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବନ୍ଦ କରାଯାଉ। ଏହି ସବୁ ପ୍ରମୁଖ ଦାବିକୁ ନେଇ ଟ୍ରେଡ୍ ୟୁନିୟନ ଓ ସଂଗଠନ ଗୁଡିକ ନବରଙ୍ଗପୁର ଜିଲ୍ଲାରେ ଗର୍ଜିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.