ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

୧୮ ଦଫା ଦାବି ନେଇ ଶ୍ରମିକ ସଂଗଠନ ତରଫରୁ ଭାରତ ବନ୍ଦ ଆନ୍ଦୋଳନ, ସମର୍ଥନରେ ୪ଟି ଦଳ

Published By : Swapna Ray | July 9, 2025 1:12 PM

ନୀଳଗିରି, ୯/୭: ୧୮ ଦଫା ଦାବି ନେଇ ନୀଳଗିରିରେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଭାରତବନ୍ଦ ଆନ୍ଦୋଳନ । କେନ୍ଦ୍ର ସରକାରରେ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ସହିତ, ଚାଷୀ ଫସଲର ସର୍ବନିମ୍ନ ଦର ଆଇନ, ଦରଦାମ ନିୟନ୍ତ୍ରଣ, ନିଯୁକ୍ତି, ସରକାରୀ ସମ୍ପତ୍ତି ବିକ୍ରି ବନ୍ଦ ଏବଂ ଦେଶର ସୁରକ୍ଷା ପାଇଁ ପ୍ରମୁଖ ୧୮ ଦଫା ଦାବି ନେଇ  ସାରା ଦେଶରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । 

ବୁଧବାର ବାଲେଶ୍ୱର ଜିଲ୍ଲା ନୀଳଗିରିଠାରେ ଏହି ଆନ୍ଦୋଳନ କରାଯାଇଛି । ନୀଳଗିରି ବାଇପାସ୍ ଛକ ସେରଗଡ଼-ଝରଣାଘାଟି ରାଜ୍ୟ ରାଜପଥ ବନ୍ଦ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କୋର୍ଟ ଓ ବ୍ୟାଙ୍କ ବନ୍ଦ କରାଯାଇଛି । ସେହିପରି ମିତ୍ରପୁର ଛକଠାରେ ମଧ୍ୟ ଆନ୍ଦୋଳନ କରାଯାଇଛି । ସ୍କୁଲ, କଲେଜ, ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ କାର୍ଯ୍ୟାଳୟକୁ ଛାଡ଼ି ଦେବା ସହ ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇଛି । ଏହି ଧର୍ମଘଟରେ ବିଜେଡି, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍) ନୈତିକ ସମର୍ଥନ ଦେଇଥିବା ବେଳେ ବିଜେଡିରୁ ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଗଙ୍ଗାଧର ମିଶ୍ର, ସିପିଆଇରୁ ନିରଞ୍ଜନ ବାରିକ, କୈଳାସ ପଣ୍ଡା, ଆଇନଜୀବି ଗୌରହରୀ ବେହେରା, ବିଜୟ ସ, ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଯଶୋଦା ନନ୍ଦନ ସିଂହ, ବ୍ଳକ୍ ସଭାପତି ମନୋରଞ୍ଜନ ପଣ୍ଡା, ଏନଏସି ସଭାପତି ଉପେନ୍ଦ୍ର ବେହେରା, ଛାତ୍ର କଂଗ୍ରେସ ନେତା ଅଶ୍ୱିନ ପାତ୍ର, ସିପିଆଇ(ଏମ୍)ରୁ ଦଳୀୟ ନେତୃତ୍ୱ ମହିଳା କର୍ମୀ, ପାଚିକା, ସହାୟିକା, ମହିଳା ସାମିଲ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.