ପ୍ରମୂଖ ଖବର
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର ବାଛୁବାରୀ ସାହିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ
  • ||

ଷ୍ଟ୍ରେସ୍‌ରୁ ମୁକ୍ତି ଦିଏ 'କୋଲ୍ଡ ପଙ୍ଗ୍ ଥେରାପି', ବଢ଼ାଏ ରୋଗପ୍ରତିରୋଧକ ଶକ୍ତି

Published By : Prameya | April 7, 2025 5:47 PM

ନୂଆଦିଲ୍ଲୀ, ୭।୪: ସାଧାରଣତଃ ବଡ଼ ବଡ଼ ରୋଗରୁ ମୁକ୍ତି ଦେଇଥାଏ ନାଚୁରାଲ୍ ଥେରାପି । ଏହି ତାଲିକାରେ ମଡ୍ ଥେରାପି ଭଳି ଅନେକ ଥେରାପି ସାମିଲ । ସେହିଭଳି ଏକ ଚିକିତ୍ସା ହେଲା କୋଲ୍ଡ ପଙ୍ଗ୍ ଥେରାପି । ଏହି ଥେରାପିର ଅନ୍ୟ ନାଁ ଆଇସ୍ କୋଲ୍ଡ ବାଥ୍ । ଏହି ଥେରାପିରେ ଜଣେ ଇନଷ୍ଟ୍ରକ୍ଟରଙ୍କ ସହାୟତାରେ ଥଣ୍ଡା ପାଣିରେ ବୁଡ଼ି ରହିବାକୁ ହୋଇଥାଏ । ଏହା କରିବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଏହି ବାଥ୍ କାରଣରୁ ମସଲ୍ ଖୁବଶୀଘ୍ର ରିକଭରି ହୋଇଥାଏ । 

ଯଦି ଆପଣ ଖୁବ୍ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି, ତେବେ ଏହା ପରେ ଆଇସ୍ ବାଥ୍ କାରଣରୁ ମସଲ୍‌ରେ ଥିବା ଯନ୍ତ୍ରଣା ଦୂର ହୋଇଥାଏ । ଏହି ବାଥ୍ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଥାଏ । ଥଣ୍ଡା ପାଣି କାରଣରୁ ଏଭଳି ହୋଇଥାଏ, ଯାହା ଫଳରେ ଆମ ହୃଦ୍‌ପିଣ୍ଡ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି ଥେରାପି ଆମର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ବିଭିନ୍ନ ପ୍ରକାର ସଂକ୍ରମଣ ବିରୋଧରେ ଲଢ଼ିବାକୁ ଏହି ଥେରାପି ସାହାଯ୍ୟ କରିଥାଏ । କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ଏହା ବେଶ୍ ଉପଯୋଗୀ ହୋଇଥାଏ । ଆମକୁ ମେଣ୍ଟାଲି ଆକ୍ଟିଭ୍ ରଖିବାରେ ଏହି ବିଶେଷ ସହାୟକ ହୋଇଥାଏ । ଷ୍ଟ୍ରେସ୍, ଆଙ୍ଗଜାଇଟି ଆଦିରୁ ଏହା ଆମକୁ ମୁକ୍ତି ଦେଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.