ପ୍ରମୂଖ ଖବର
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏମିତି କିଛି ଲୋକ ଯାହାଙ୍କୁ ଦେଖିଲେ ରାଗ ଲାଗେ, ଜାଣନ୍ତୁ ନକାରାତ୍ମକ ଲୋକଙ୍କଠୁ କେମିତି ଦୂରେଇ ରହିବେ...

Published By : Prameya | April 10, 2025 12:07 PM

ଭୁବନେଶ୍ୱର ୧୦/୦୪: କିଛି ଲୋକ ଏମିତି ହୋଇଥାନ୍ତି, ଯାହାକୁ କେହି ପସନ୍ଦ କରି ନଥାନ୍ତି । ତେଣୁ ସେମାନଙ୍କ ସହ କେହି ଅଧିକ ସମୟ ରହିବାକୁ ଚାହିଁ ନଥାନ୍ତି । କାରଣ ସେମାନଙ୍କ ବ୍ୟବହାର ଅନ୍ୟମାନଙ୍କୁ ସମସ୍ୟାରେ ପକାଇଥାଏ । ଏହି ଲୋକମାନେ ଖୁବ୍‌  ନକାରାତ୍ମକ ସ୍ୱଭାବର ହୋଇଥାନ୍ତି । ଚାଲନ୍ତୁ ଜାଣିବା ଏମିତି ଲୋକମାନଙ୍କ ବିଷୟରେ...  

ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱ ଓ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କ ପାଖରେ ପରିଚିତ ହୋଇଥାନ୍ତି । କିନ୍ତୁ କିଛି ଲୋକଙ୍କର ଅଭ୍ୟାସ ଏମିତି ହୋଇଥାଏ, ଯାହା ଅନ୍ୟମାନଙ୍କୁ ନାପସନ୍ଦ ହୋଇଥାଏ । ଏଭଳି ଲୋକଙ୍କ ସହ ମିଳାମିଶା କରିବା ଆଦୌ ସହଜ ହୋଇ ନଥାଏ । କାରଣ ଏମାନେ ନକାରାତ୍ମକ ପ୍ରଭାବକୁ ସଂପ୍ରସାରିତ କରିବା ସହ ଅନ୍ୟମାନଙ୍କୁ ଅସହଜ ମନେ କରିବାକୁ ବାଧ୍ୟ କରିଥାନ୍ତି । ଏମାନେ ହେଉଛନ୍ତି।

ଆକ୍ରମଣାତ୍ମକ ସ୍ୱଭାବର 

କିଛି ଲୋକଙ୍କ ବ୍ୟବହାର ଖୁବ୍‌ ଆକ୍ରମଣାତ୍ମକ ବା  ଧମକ ଦେଇ କଥାବାର୍ତ୍ତା କରିଥାନ୍ତି, ଯାହା ଲୋକଙ୍କୁ ସହଜ ଅନୁଭବ ହୋଇ ନଥାଏ । ଏମାନେ ରାଗରେ କଥାବାର୍ତ୍ତା କରିବା ସହ ପ୍ରତି କଥାରେ ଡରାଇବାକୁ ପ୍ରୟାସ କରିଥାନ୍ତି । ତେଣୁ ଏମାନଙ୍କ ସହ  ସାଙ୍ଗ ହେବାକୁ ପ୍ରାୟ ଲୋକ ପସନ୍ଦ କରି ନଥାନ୍ତି । ତେଣୁ ଏମାନଙ୍କର ସାଙ୍ଗ କମ୍‌ ରହିଥାନ୍ତି ।  

ବ୍ୟଙ୍ଗ କରୁଥିବା ଲୋକ

କିଛି ଲୋକ କଥା କଥାରେ ଅନ୍ୟକୁ ବ୍ୟଙ୍ଗ କରିବା ସହ ମଜାକ୍‌  ଉଡାଇଥାନ୍ତି । ଅନ୍ୟର ଭାବନାକୁ ଅଣଦେଖା କରି ମଜାକ୍‌ର ପାତ୍ର ହୋଇଥାନ୍ତି । ଏହି ଲୋକମାନେ ନିଜକୁ ହସାଇବା ପାଇଁ ଅନ୍ୟକୁ ଅପମାନ କରିବା ସହ ମଜାକ୍‌ ଉଡାଇଥାନ୍ତି ।  ଫଳରେ ଲୋକମାନେ ଆପେ ଆପେ ଦୂରେଇ ଯାଇଥାନ୍ତି ।  

ଅନ୍ୟର ମଜାକ୍‌ ଉଡାଇଥାନ୍ତି 

କିଛି ଲୋକ ଅନ୍ୟର ଦୁର୍ବଳତା ବାହାର କରି ମଜାକ୍‌ ଉଡାଇବାକୁ ଭଲ ପାଇଥାନ୍ତି । ତେଣିକି ଏହି ଦୁର୍ବଳତା ଶାରୀରିକ ଗଠନ,  ଭୁଲ୍‌ କିମ୍ବା କଥାବାର୍ତ୍ତାକୁ ନେଇ ହୋଇପାରେ । ଅପମାନ କରିବା ପରେ ମଜାକ୍‌ କରୁଥିଲି ବୋଲି କହିଥାନ୍ତି । ଏହି ବ୍ୟବହାର ଯୋଗୁ ଏମାନଙ୍କର ବେଶୀ ସାଙ୍ଗ ରହି ନଥାନ୍ତି ।  

ଗର୍ବୀ ବ୍ୟବହାର

ଗର୍ବୀ ବ୍ୟବହାର କରୁଥିବା ଲୋକକୁ ପ୍ରାୟ ଲୋକ ପସନ୍ଦ କରି ନଥାନ୍ତି । କାରଣ ଏମାନେ ସବୁବେଳେ ନିଜକୁ ଅନ୍ୟମାନଙ୍କଠାରୁ ଭଲ ବୋଲି ବିବେଚନା କରିଥାନ୍ତି । ଅନ୍ୟମାନଙ୍କଠାରୁ ନିଜକୁ ବଡ଼ ବୋଲି ଧରି ନେଇଥାନ୍ତି । ଅନ୍ୟର ଭାବନାକୁ ଏମାନେ ସମ୍ମାନ ଦେଇ ନଥାନ୍ତି। ତେଣୁ ଏମାନଙ୍କ ସହ ବେଶୀ ଦିନ ସାଙ୍ଗ ହେବା ସହଜ ହୁଏନା ।  

ଅନ୍ୟକୁ ନ୍ୟୂନ ଦେଖାଇ ହେବା 

କିଛି ଲୋକ ଅନ୍ୟକୁ ଅପମାନିତ କରିବା ବା ନ୍ୟୂନ ଦେଖାଇ ହେବାକୁ ପସନ୍ଦ କରିଥାନ୍ତି । ଅନ୍ୟର ସଫଳତାରେ ଜଳିବା  କିମ୍ବା ଅନ୍ୟକୁ କମ୍‌ ଭାବିବାକୁ ସବୁବେଳେ ପ୍ରୟାସ ଜାରି  ରଖିଥାନ୍ତି । ତେଣିକି ତାହା ପଢା ହେଉ ଅବା ଚାକିରି  କିମ୍ବା ବ୍ୟକ୍ତିଗତ ଜୀବନର ଉପଲବ୍ଧି । ସେମାନଙ୍କର ଲକ୍ଷ୍ୟ  ହେଲା ଅନ୍ୟକୁ ନ୍ୟୂନ ଦେଖାଇ ହୋଇ ସେ ଲୋକର  ଆତ୍ମନିଶ୍ୱାସକୁ କମ୍‌ କରିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.