ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଫ୍ରିଜ୍‌ ପାଣି, ବଢାଏ ପେଟ ସମସ୍ୟା

Published By : Prameya | April 11, 2025 11:48 AM

ଭୁବନେଶ୍ୱର ୧୧/୦୪: ପ୍ରାୟ ସମସ୍ତେ ଏକଥା ଶୁଣିଥିବେ ଯେ କୁହାଯାଏ ଫ୍ରିଜ୍‌ ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସମସ୍ତଙ୍କର ଧାରଣା ଯେ ଏହା ଗଳା ଖରାପ କରିବା ସହ କାଶ-ଥଣ୍ଡା ପରି ସମସ୍ୟାକୁ ବହୁଗୁଣିତ କରିଥାଏ । କିନ୍ତୁ କେବେ ଶୁଣିଛନ୍ତି ଫ୍ରିଜ୍‌ ପାଣି ପେଟ ସମସ୍ୟାର ମଧ୍ୟ କାରଣ ହୋଇପାରେ । ଯଦି ଶୁଣିନାହାନ୍ତି, ତେବେ ଚାଲନ୍ତୁ ଜାଣିବା ଡାଏଟିସିଆନ୍‌ ଓ ନ୍ୟୁଟ୍ରିସନିଷ୍ଟ ଦିବ୍ୟାଙ୍କଠାରୁ । କେତେକ ସ୍ଥିତିରେ ଫ୍ରିଜ୍‌ ପାଣି ପେଟ ସମସ୍ୟାକୁ ବଢାଇଥାଏ । 

ଥଣ୍ଡା ପାଣିର ଝଟ୍‌କା : ଯଦି ଆପଣ ହଠାତ୍‌ ଫ୍ରିଜ୍‌ରୁ ପାଣି କାଢି ପିଉଥାନ୍ତି, ତେବେ ପେଟକୁ ଝଟ୍‌କା ଲାଗିଥାଏ । ଏହି ସ୍ଥିତିରେ ବ୍ୟକ୍ତି ପେଟରେ ଯନ୍ତ୍ରଣା କିମ୍ବା ସମସ୍ୟା ଦେଖାଦେଇପାରେ । ଯଦି ସମସ୍ୟାରୁ ରକ୍ଷା ପାଇବାକୁ ବାହାନ୍ତି, ତେବେ ମାଠିଆ ପାଣି ବ୍ୟବହାର କରିପାରନ୍ତି । 

ଶୀଘ୍ର ଶୀଘ୍ର ପାଣି ପିଇବା : କେତେକ ଲୋକଙ୍କ ପାଖରେ ଶାନ୍ତିରେ ବସି ପାଣି ପିଇବାକୁ ମଧ୍ୟ ସମୟ ନଥାଏ । ତେଣୁ ସେମାନେ ଶୀଘ୍ର ଶୀଘ୍ର ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଏଭଳି ସ୍ଥିତିରେ ଥଣ୍ଡା ପାଣି ପିଇଲେ ଅଧିକ ପାଣି ପିଇଥାନ୍ତି । ଫଳରେ ପେଟ ଫୁଲିବା ସହ ସମସ୍ୟା ସୃଷ୍ଟି ହୋଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ଶାନ୍ତ ଭାବେ ବସି ଧୀରେ ଧୀରେ ପାଣି ପିଇବା ଆବଶ୍ୟକ । 

ସ୍ୱଚ୍ଛ ପାଣି ନ ପିଇବା : ଯଦି ପାଣି ସ୍ୱଚ୍ଛ ହେବା ପରିବର୍ତ୍ତେ ବ୍ୟାକ୍ଟେରିଆ, ଭୂତାଣୁ ବା ଅନ୍ୟ କୌଣସି ଜୀବାଣୁଯୁକ୍ତ ହୋଇଥାଏ । ତେବେ ପେଟ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ୍‌ । ଏହି ସ୍ଥିତିରୁ ଦୂରେଇ ରହିବା ପାଇଁ ଫ୍ରିଜ୍‌ରେ ପାଣି ରଖିବା ପୂର୍ବରୁ ଏହାକୁ ଭଲ ଭାବେ ଫିଲ୍ଟର୍‌ କରି ନେବା ଉଚିତ୍‌ । 

କେମିକାଲ୍‌ ଲିକେଜ୍‌ : କେତେକ ପ୍ଲାଷ୍ଟିକ୍‌ ପାଣି ବୋତଲ ବା କଣ୍ଟେନର୍‌ର ପାଣିରେ BPH କିମ୍ବା Phethalates ପରି ରସାୟନ ମିଶିଯାଇଥାଏ । ଯାହା ସମ୍ଭବତଃ ହର୍‌ମୋନ୍‌ ଅସନ୍ତୁଳନ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ଲାଷ୍ଟିକ୍‌ ବୋତଲ୍‌ ପରିବର୍ତ୍ତେ କାଚ ବା ଅନ୍ୟାନ୍ୟ ଧାତୁର ବୋତଲ ବ୍ୟବହାର କରିବା ଉଚିତ୍‌ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.