ନୂଆଦିଲ୍ଲୀ,୧୧/୦୪: ସାଧାରଣ ଭାବେ ଆପଣମାନେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରିଥିବେ । ଆଉ ଏହାରି ମଧ୍ୟରେ ବଜାରକୁ ଆସିଛି ଏକ ନୂଆ ପ୍ରକାରର ଟୁଥପେଷ୍ଟ । ଯେଉଁଥିରେ ଦାନ୍ତ ଘଷିଲେ ଆପଣମାନେ ଫ୍ରାଏଡ ଚିକେନର ସ୍ବାଦ ପାଇପାରିବେ । ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ଏକ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି । ଯାହାକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ ଏହାର ସମସ୍ତ ପ୍ରଡକ୍ଟ ମାତ୍ର ୪୮ ଘଣ୍ଟାରେ ବିକ୍ରି ହୋଇଛି ।
କମ୍ପାନୀ ଦାବି କରିଛି ଯେ, ଏହାକୁ କିଛି ଜଡ଼ିବୁଟି ଏବଂ ମସଲା ସାହାଯ୍ୟରେ ତିଆରି କରାଯାଇଛି । ଲୋକମାନେ ଏହାର ବିଶେଷ ସ୍ୱାଦକୁ ବେଶ୍ ପସନ୍ଦ କରୁଛନ୍ତି, କାରଣ ଏହାକୁ ବଜାରରେ ଲଞ୍ଚ କରିବାର ମାତ୍ର ୨ ଦିନ ମଧ୍ୟରେ ସମସ୍ତ ପ୍ରଡକ୍ଟ ବିକ୍ରି ହୋଇଯାଇଛିା । କେଏଫସିର ଓରିଜିନାଲ ହଟ ଚିକେନ ରେସିପୀର ଏକ ଗ୍ରେଭି ଭରା ପିସ ପରି ଏହି ଟୁଥପେଷ୍ଟ ଆପଣଙ୍କ ଦାନ୍ତକୁ ସ୍ବାଦରେ ଭରିଦେବ ଓ ମୁହଁକୁ ତାଜା, ସଫା ଅନୁଭବ କରାଇବ ବୋଲି କେଏଫସି ପକ୍ଷରୁ କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ- ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ଟୁଥପେଷ୍ଟ ନିର୍ମାତା ଅଷ୍ଟ୍ରେଲିୟ ଓରାଲ କେୟାର କମ୍ପାନୀ ହିସ୍ମାଇଲ ସହ ବୁଝାମଣା କରି କେଏଫସି ସୀମିତ ସମୟ ପାଇଁ ଏହି ଉତ୍ପାଦକୁ ଲଞ୍ଚ କରିଛି । ହିସ୍ମାଇଲର ମାର୍କେଟିଂ ପ୍ରବନ୍ଧକ କହିଛନ୍ତି, ଆମେ ଏହାକୁ ଆଗକୁ ବଢାଇବାକୁ ଚାହିଁବୁ । କେଏଫସିର ପ୍ରସିଦ୍ଧ ସ୍ବାଦକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ନେଇ ଏହାଠାରୁ ଭଲ ତରିକା ଆଉ କ’ଣ ହୋଇପାରେ? ଏହି ଉତ୍ପାଦ ସାହସିକ, ଅପ୍ରତ୍ୟାଶିତ ଓ ବାସ୍ତବରେ ମଜାଦାର ଅଟେ । ଆଙ୍ଗୁଠିକୁ ଚାଟିବା ପାଇଁ ପ୍ରେରିତ କରୁଥିବା ଏହି ଟୁଥପେଷ୍ଟ ମୁହଁର ଯତ୍ନ ପ୍ରତି ସଚେତନ କରାଇବ। ଏହାକୁ ୧୧ଟି ଖାସ୍ ମସଲାର ମିଶ୍ରଣରେ ତିଆରି କରାଯାଇଛି । ଏହି ଟୁଥପେଷ୍ଟ ହିସ୍ମାଇଲ ଓ୍ବେବସାଇଟରେ ୧୩ ଡଲାର ବା ୧୧୧୩ ଟଙ୍କାରେ ଉପଲବ୍ଧ, ଯାହାକି ମଙ୍ଗଳବାର ସକାଳ ସୁଦ୍ଧା ବିକ୍ରି ସରିଥିଲା ।