ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

Published By : Prameya | April 11, 2025 1:19 PM

ଭୁବନେଶ୍ୱର ୧୧/୦୪: ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ବା ଟାଣି ହେବା ସାଧାରଣ କଥା । ବିଶେଷକରି ନୂଆ ନୂଆ ବ୍ୟାୟାମ ଆରମ୍ଭ କରୁଥିଲେ କିମ୍ବା ଦୀର୍ଘ ସମୟ ପରେ ବ୍ୟାୟାମ ଆରମ୍ଭ କରୁଥିଲେ । ଏହି ସ୍ଥିତି ୱର୍କଆଉଟ୍‌ର ୧୨ରୁ ୨୪ ଘଣ୍ଟା ପରେ ଆସିଥାଏ । ଆଉ ୪୮ରୁ ୭୨ ଘଣ୍ଟା ଯାଏ ଯନ୍ତ୍ରଣା ରହିଥାଏ । ଏହି ଯନ୍ତ୍ରଣା ସଙ୍କେତ ଦିଏ ଯେ ମାଂସପେଶୀ କ୍ରମଶଃ ସୁସ୍ଥ ହେବା ପ୍ରକ୍ରିୟା ଆଡକୁ ଚାଲିଛି ଓ ଧୀରେ ଧୀରେ ମଜଭୁତ ହେଉଛି । ଏହା କୌଣସି ନକାରାତ୍ମକ ସଙ୍କେତ ନୁହେଁ । ତଥାପି ଏହା ଉପରେ ଧ୍ୟାନ ଦେବା ଜରୁରି । ନଚେତ୍‌ ନିୟମିତ ଜୀବନଶୈଳୀ ପ୍ରଭାବିତ ହେବା ସହ ୱର୍କଆଉଟ୍‌ରେ ବାଧା ଆସିପାରେ । ତେଣୁ ବ୍ୟାୟାମ ପରେ ମାଂସପେଶୀରେ ଥିବା ଯନ୍ତ୍ରଣାକୁ ସହଜରେ ନିୟନ୍ତ୍ରିତ କରିବାକୁ ପ୍ରୟାସ କରିବା ଉଚିତ୍‌ । 

ଆବଶ୍ୟକ ପାଣି ପିଇବା ସହ ନିଦ ପୁରା କରନ୍ତୁ :

ପାଣିର ଅଭାବ ମାଂସପେଶୀ ଯନ୍ତ୍ରଣାକୁ ବଢାଇଥାଏ । ତେଣୁ ବ୍ୟାୟାମ ପରେ ଶରୀର ପାଇଁ ଆବଶ୍ୟକ ପାଣି ନିଶ୍ଚୟ ପିଅନ୍ତୁ । ତା’ ସହିତ ଭଲ ନିଦରେ ଶୋଇବା ଦ୍ୱାରା ମାଂସପେଶୀକୁ ପୁର୍ନଃ ନିର୍ମାଣର ସୁଯୋଗ ମିଳିଥାଏ । ପାଣି ସାଙ୍ଗକୁ ନଡିଆ ପାଣି ଓ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରକୁ ଇଲେକ୍ଟ୍ରେଲାଇଟସ୍‌ ମଧ୍ୟ ମିଳିଯାଇଥାଏ । 

ଷ୍ଟ୍ରେଚିଂ କରନ୍ତୁ :

ୱର୍କ ଆଉଟ୍‌ ପରେ ହାଲ୍‌କା ଷ୍ଟ୍ରେଚିଂ କରନ୍ତୁ । ମାଂସପେଶୀ ରିଲାକ୍ସ ହେବାରେ ସହଯୋଗ ମିଳିବ । ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତ ସଞ୍ଚାଳନା ତୀବ୍ର ହୋଇଥାଏ । ଫଳରେ କୋଷଗୁଡିକର ପୁନଃ ନିର୍ମାଣ ହୋଇଥାଏ । ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀର ନମନୀୟତା ବଢିଥାଏ । ତେଣୁ ଆଘାତ ଲାଗିବାର ଆଶଙ୍କା କମ୍‌ ରହିଥାଏ । 

କୋଲ୍ଡ ଥେରାପୀ ଆପଣାନ୍ତୁ :

ଯାହାର ମାଂସପେଶୀରେ ଜ୍ୱଳନ ବା ଯନ୍ତ୍ରଣା ଅନୁଭବ ହେଉଥିବ, ସେମାନଙ୍କ ପାଇଁ କୋଲ୍ଡ ଥେରାପୀ ବା ଶୀତଳ ଉପଚାର ଖୁବ୍‌ ଲାଭଦାୟକ ହୋଇଥାଏ । ବିଶେଷକରି ୱର୍କଆଉଟ୍‌ ପରେ ହାଲ୍‌କା ଯନ୍ତ୍ରଣାକୁ ଦୂର କରିବା ପାଇଁ କୋଲ୍ଡ ଥେରାପୀ ବେଶ୍‌ ଉପଯୋଗୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.