ପ୍ରମୂଖ ଖବର
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଗୋମାଂସ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର ଫେରାର

Published By : Harapriya Sethi | March 9, 2025 11:57 AM

ଭୁବନେଶ୍ୱର,୦୯/୦୩: ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋମାଂସ ।  ଶିଂଲା ଥାନା ପୁଟୁରା ଛକ ନିକଟରୁ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଫେରାର ହେଲା ଡ୍ରାଇଭର । ଉକ୍ତ ଗାଡିରେ ୫ ଟନ୍‌ରୁ ଅଧିକ ଗୋ ମାଂସ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଶିଂଲା ଥାନା ପୁଟୁରା ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ପିକଅପ୍‌ ଭ୍ୟାନ୍‌ରେ ୫ ଟନ୍‌ରୁ ଅଧିକ ଗୋ ମାଂସ ଚାଲାଣ ହେଉଥିଲା । ଏହି ଗୋମାଂସ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବାଟରେ ଛକି ବସିଥିଲା । ଗାଡ଼ିଟି ସେହି ବାଟ ଦେଇ ଯିବା ବେଳେ ତାକୁ ଗୋଡେଇ ଗୋଡେଇ ଧରିଥିଲା ପୋଲିସ । ହେଲେ ଏହାରି ଭିତରେ କୌଶଳକ୍ରମେ ଗାଡ଼ିର ଡ୍ରାଇଭର ଫେରାର ହୋଇଥିଲା । ଗୋମାଂସ ବୋଝେଇ ପିକଅପ୍‌ ଭ୍ୟାନ୍‌ଟିକୁ ପୋଲିସ ତବତ କରି ଘଟଣାର ତଦନ୍ତ କରୁଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.