ପ୍ରମୂଖ ଖବର
  • କଂଗ୍ରେସ ବିଧାୟକ ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ବେଆଇନ ବାଲି ଚାଲାଣ ବେଳେ ଚଢାଉ, ୨୨ ଟ୍ରକ୍‌ ଜବତ

Published By : Harapriya Sethi | March 2, 2025 9:42 AM

ଭୁବନେଶ୍ୱର, ୦୨/୦୩: ବୈତରଣୀ ନଦୀରୁ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଯାଉଥିଲା ବେଆଇନ ବାଲି ବୋଝେଇ ଟ୍ରକ୍‌ । ଖବର ପାଇ ମାଡ଼ି ବସିଲେ ସୋର ଆଡସନାଲ୍‌ ତହସିଲଦାର । ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ଧରିଲେ । ଜବତ ହେଲା ୨୨ ଟି ବାଲି ବୋଝେଇ ଟ୍ରକ୍‌ । ଅନ୍ୟ ଗାଡ଼ିଗୁଡ଼ିକୁ ଧରିବା ପାଇଁ ଚାଲିଛି ଚେଷ୍ଟା । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୈତରଣୀ ନଦୀରୁ ବେଆଇନ୍‌ ବାଲି ବୋଝଇ ଟ୍ରକ୍ ଗୁଡ଼ିକ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଯାଉଥିଲା । କିଛି ଦୁର୍ବୃତ୍ତ ବେଆଇନ୍‌ ଭାବରେ ଟ୍ରକ୍‌ରେ ବାଲି ବୋଝେଇ କରି ନେଉଥିବା ଖବର ପାଇଥିଲେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶ । ଖବର ପାଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରୀ ବିକାଶଙ୍କ ନିର୍ଦ୍ଦେଶରେ ସୋର ଆଡସିନାଲ ତହସିଲଦାର ଦୈତାରୀ ମଲ୍ଲିକ ଶନିବାର ରାତି ୩ଟାରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ କରି ବାଲି ବୋଝେଇ ଟ୍ରକ୍‌ ଗୁଡ଼ିକୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼େଇ ଗୋଡ଼େଇ ଧରିବାରେ ସଫଳ ହୋଇଛନ୍ତି । ମୋଟ ୨୨ ଟି ବାଲି ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଟ୍ରକ୍‌ଗୁଡ଼ିକୁ ଧରିବାକୁ ଚେଷ୍ଟା ଜାରି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.