ସୋର, ୦୩/୦୩ : ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା। ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ। ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତ ହତ୍ୟା ବେଳର ସମସ୍ତ ଘଟଣା ବର୍ଣ୍ଣନା କରିଛି। ହତ୍ୟାରେ ବ୍ୟବହୃତ ଛୁରୀ ଜବତ ହୋଇଛି।
ସୂଚନାନୁଯାୟୀ, ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣାଙ୍କୁ ବିଶ୍ଵରଞ୍ଜନ ପୁହାଣ ଏକତରଫା ପ୍ରେମ କରୁଥିଲା। ପ୍ରେମରେ ବିଫଳ ହେବାରୁ ଗତ ୨୪ ତାରିଖ ଦିନ ଜ୍ୟୋତିର୍ମୟୀଙ୍କ ଗଳା କାଟି ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ପୋଲିସ ଗତ ୨୬ ତାରିଖ ଦିନ ଚୂଡ଼ାମଣି ଧଳସାହି ନିକଟ ଏକ ଜଙ୍ଗଲିଆ ସ୍ଥାନରୁ ବିଶ୍ଵରଞ୍ଜନକୁ ଧରିଥିଲା। ଅଭିଯୁକ୍ତ ପୋଲିସକୁ ଦେଖି ବିଷ ପିଇ ଦେଇଥିଲା। ପୋଲିସ ଅଭିଯୁକ୍ତକୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରିଥିଲା। ବିଶ୍ଵରଞ୍ଜନ ସୁସ୍ଥ ହେବାପରେ ଗତକାଲି ତାକୁ ଥାନାକୁ ଅଣାଯାଇଥିଲା। ଆଜି (ସୋମବାର) ମଧ୍ୟାହ୍ନରେ ଅଭିଯୁକ୍ତକୁ ଧରି ପୋଲିସ ସିନ୍ ରିକ୍ରିଏସନ୍ କରିଛି। ବିଶ୍ଵରଞ୍ଜନ ଛୁରୀରେ ଜ୍ୟୋତିର୍ମୟୀଙ୍କୁ ହତ୍ୟା କରିବା ପରେ ଛୁରୀଟିକୁ ଗୋପୀନାଥପୁର ଷ୍ଟ୍ରକଚର ପଡିଆ ନିକଟରେ ଫିଙ୍ଗିଥିଲା। ପୋଲିସ ଛୁରୀଟିକୁ ଜବତ କରିଛି।
ଏହି ଖବରଟିକୁ ପଢନ୍ତୁ-ଲିଙ୍ଗପଡା ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା : ୫ ଦିନ ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଥାନାକୁ ଫେରିଲା ଅଭିଯୁକ୍ତ