ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ବଢ଼ିପାରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଡ଼ୁଆ, ଟାର୍ଗେଟ କଲେ କଂଗ୍ରେସ ବିଧାୟକ

Published By : Tapas Panda | March 3, 2025 10:13 PM

Image Courtesy: deccanchronicle

ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କା ଅଡ଼ୁଆ ବଢ଼ିପାରେ । କର୍ଣ୍ଣାଟକ ସଂପର୍କରେ ତାଙ୍କର ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । କର୍ଣ୍ଣାଟକର କଂଗ୍ରେସ ବିଧାୟକ ରବିକୁମାର ଗୌଡା ଗାନିଗା କହିଛନ୍ତି ଯେ, ଅଭିନେତ୍ରୀ ରଶ୍ମିକା ମନ୍ଦାନା କନ୍ନଡକୁ ଅବମାନନା କରିଛନ୍ତି ଏବଂ ତାଙ୍କୁ "ପାଠ ଶିଖାଇବା" ଉଚିତ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "କର୍ଣ୍ଣାଟକରେ କନ୍ନଡ ଚଳଚ୍ଚିତ୍ର କିରିକ ପାର୍ଟିରୁ କ୍ୟାରିୟର ଆରମ୍ଭ କରିଥିବା ରଶ୍ମିକାଙ୍କୁ ଗତବର୍ଷ ଆମେ ତାଙ୍କୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥଲୁ । କିନ୍ତୁ ସେ  ମନା କରିଦେଇଥିଲେ। ସେ କହିଥିଲେ, 'ହାଇଦ୍ରାବାଦରେ ମୋର ଘର ଅଛି, ମୁଁ ଜାଣିନାହିଁ କର୍ଣ୍ଣାଟକ କେଉଁଠାରେ ଅଛି  ଏବଂ ମୋ ପାଖରେ ସମୟ ନାହିଁ । ମୁଁ ଆସିପାରିବି ନାହିଁ । 

ଆମର ଜଣେ ବିଧାୟକ ବନ୍ଧୁ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ତାଙ୍କ ଘରକୁ ୧୦-୧୨ ଥର ଯାଇଥିଲେ ।  ତଥାପି ସେ ମନା କରି ଦେଇଥିଲେ । ଆମେ କ'ଣ ତାଙ୍କୁ ଜବାବ ଦେବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ କଂଗ୍ରସେ ବିଧାୟକଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇଛି ବିଜେପି । ବିଜେପି କହିଛି ଯେ, ବିଧାୟକ ରବିକୁମାର ଗୌଡା ସମ୍ବିଧାନକୁ ସମ୍ମାନ ଦେବା ଉଚିତ । 

ସୂଚନାଯୋଗ୍ୟ, ନିକଟରେ ଏକ କାର୍ଯ୍ୟକ୍ରମରେ ରଶ୍ମିକା କହିଥିଲେ ସେ ହାଇଦ୍ରାବାଦରୁ ଆସିଛନ୍ତି, କର୍ଣ୍ଣଟକ କେଉଁଠି ସେ ଜାଣିନାହାନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।  କିଛି କନ୍ନଡ ସମର୍ଥକ ରଶ୍ମିକାଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ଏବଂ କହିଛନ୍ତି ଯେ, ସେ କନ୍ନଡରେ ତାଙ୍କର ସିନେମା ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି କନ୍ନଡ ବିରୋଧରେ ଏପରି ଅସମ୍ମାନଜନକ ଭାଷା କହୁଛନ୍ତି । କର୍ଣ୍ଣାଟକ ରକ୍ଷଣ ବେଦିକେ ସଭାପତି ଟି ଏ ନାରାୟଣ ଗୌଡା ମଧ୍ୟ ସମାନ ପ୍ରସଙ୍ଗରେ ମତ ରଖିଛନ୍ତି ଏବଂ ରଶ୍ମିକାଙ୍କୁ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.