ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ବକ୍ସ ଅଫିସରେ ଚମକିନି ଏହି ସୁପରଷ୍ଟାର ଭାଇଙ୍କ ଭାଗ୍ୟ ; ଜଣେ ପାସ୍ ଜଣେ ଫେଲ୍

Published By : Ankita S | March 2, 2025 1:18 PM

ମୁମ୍ବାଇ,୦୨/୦୩: ବଲିଉଡରେ କିଛି ଏମିତି ସୁପରଷ୍ଟାର ଅଛନ୍ତି ଯାହାଙ୍କ ଭାଇ ଆଜି ବି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜାଗା ବନାଇବାକୁ ପ୍ରୟାସ କରୁଛନ୍ତି । କିଛି ଷ୍ଟାରଙ୍କ ଭାଇ ମାତ୍ର ଗୋଟିଏ ଦୁଇଟି ଫିଲ୍ମ କରି ବଲିଉଡକୁ ବାଏ ବାଏ କହିଛନ୍ତି  ତ ଆଉ କିଛି ଏବେ ବି ପରିଚୟ ସୃଷ୍ଟି କରିବାରେ ଲାଗି ପଡିଛନ୍ତି । କିଛି ସୁପରଷ୍ଟାର ଭାଇଙ୍କ ଭାଗ୍ୟ ବକ୍ସ ଅଫିସରେ ଚମକି ପାରିନାହିଁ । ଜଣେ ବଲିଉଡରେ ହିଟ୍ ହୋଇଥିୂବା ବେଳେ ଆଉ ଜଣେ ଫ୍ଲପ ହୋଇଛନ୍ତି । ଅମିର ଖାନଙ୍କଠୁ ନେଇ ଅନୁପମ ଖେରଙ୍କ ଯାଏ ଅନେକ ସୁପରଷ୍ଟାରଙ୍କ ଭାଇ ଫ୍ଲପ ହୋଇଛନ୍ତି । ଆସନ୍ତୁ ଜାଣିବା କିଏ ସେହି ବଲିଉଡ୍ ବ୍ରଦର୍ସ ।

ଅନୁମପ ଖେର-ରାଜୁ ଖେର: ବଲିଉଡର ଜଣେ ଭର୍ସାଟାଇଲ ଆକ୍ଟର ଅନୁପମ ଖେର । ତାଙ୍କ ଅଭିନୟ ଯାଦୁ ଖୁବ ଚମତ୍କାର । ତାଙ୍କ ଆକ୍ଟିଂ ସ୍ବତନ୍ତ୍ର । ବଲିଉଡ ଇଣ୍ଡଷ୍ଚ୍ରୀରେ ଅନୁପମ ଷ୍ଟାର ହୋଇଥିଲେ ବି ତାଙ୍କ ଭାଇ ରାଜୁ ଖେର ଫେଲ । ସେ ଅଭିନୟରେ ଏତେ ସଫଳ ହୋଇ ପାରିନାହାନ୍ତି । ସେ ଫିଲ୍ମ ଅପେକ୍ଷା ସିରିଏଲରେ କାମ କରିଛନ୍ତି । ଷ୍ଟାର ଭାଇ ଅନୁପମଙ୍କ ପରି ସେ ଏତେ ସଫଳ ହୋଇନାହାନ୍ତି ।

ଅନୀଲ କପୁର-ସଞ୍ଜୟ: ଅନୀଲ କପୁର ଯାହା ବି କରନ୍ତି ପରଫେକ୍ଟ କରନ୍ତି । ଯାହା ତାଙ୍କ ଅଭିନୀତ ଫିଲ୍ମରେ ସ୍ପଷ୍ଟ ବାରି ହୋଇପଡେ । ୬୧ ବର୍ଷୀୟ ଅନୀଲ କପୁରଙ୍କ ପାଖରେ ଆଜି ବି ଫିଲ୍ମ ଅଫର୍ ଆସୁଛି । ନିକଟରେ ସଲମାନ ଖାନଙ୍କ ସହ 'ରେସ୍-୩'ରେ ଦେଖିବାକୁ ମିଳିଥିଲା । ମାତ୍ର ତାଙ୍କ ସାନ ଭାଇ ସଞ୍ଜୟ କପୁର ଷ୍ଟାର ଭାଇଙ୍କ ପରି ଚମକି ପାରି ନାହାନ୍ତି । ସଞ୍ଜୟ ୧୯୯୫ରେ 'ପ୍ରେମ୍' ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ଫିଲ୍ମଟି କିଛି ଖାସ୍ କରି ପାରିନଥିଲା ।

ଖାନ୍ ବ୍ରଦର୍ସ- ବଲିଉଡ ଭାଇଜାନ ସଲମାନ ଖାନଙ୍କ  ଦୁଇ ଭାଇ ଅରବାଜ ଓ ସୋଏଲ ଖାନ ବଲିଉଡରେ ନାଁ କରି ପାରିନାହାନ୍ତି । ସଲମାନ ଖାନ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ବେଳେ ଅରବାଜ ଓ ସୋଏଲ ହାତ ଗଣତି ଫିଲ୍ମ କରିଛନ୍ତି । ସଲମାନ ୧୯୮୮ରେ ବିବି ହୋ ତୋ ଏସି ଫିଲ୍ମରେ ଡେବ୍ୟୁ କରିଥିଲେ । ଏହା ପରେ ବକ୍ସ ଅଫିସରେ ହିଟ୍ କରିଥିଲେ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ । ସଲମାନଙ୍କ ଦୁଇ ଭାଇ ହାତ ଗଣତି ଫିଲ୍ମ କରିଛନ୍ତି । ଅରବାଜ ଖାନଙ୍କ ଫିଲ୍ମ ଫ୍ଲପ ହେବାରୁ ତାଙ୍କୁ ଅଭିନୟ ଦୁନିଆରୁ ଦୂରେଇ ବାକୁ ପଡିଥିଲା ।

ଅମୀର ଖାନ-ଫୈଜଲ: ମିଷ୍ଟର ପରଫେକ୍ସନ କୁହାଯାଉଥିବା ଅମିର ଖାନ ଯେଉଁ ଫିଲ୍ମ କରନ୍ତି ତାହା ସୁପରଡୁପର ହିଟ୍ ହୁଏ । ହେଲେ ତାଙ୍କ ଭାଇ ଫୈଜଲଙ୍କ ଭାଗ୍ୟ ବକ୍ସ ଅଫିସରେ ଚମକି ନାହିଁ । ୧୯୮୮ରେ ଅମୀର ଖାନଙ୍କ ଫିଲ୍ମ 'କୟାମତ ସେ କୟାମତ ତକ' ତାଙ୍କୁ ସୁପରଷ୍ଟାର କରିଥିଲା । ତାଙ୍କ ଭାଇ ଫୈଜଲ ଖାନ୍ ଫିଲ୍ମରେ କମାଲ କରି ପାରିନଥିଲେ । 'ମେଲା' ଫିଲ୍ମରେ ଦୁଇ ଭାଇଙ୍କୁ ଏକାଠୀ ଦେଖିବାକୁ ମିଳିଥିଲା ।

ଦେଓଲ ବ୍ରଦର୍ସ: ଧର୍ମେନ୍ଦ୍ରଙ୍କ ସୁପୁତ୍ର ବବି ଦେଓଲ ଓ ସନ୍ନି ଦେଓଲ । ଯଦିଓ ଦୁଇ ଜଣ ବଲିଉଡରେ ଫିଲ୍ମ କରିଛନ୍ତି । ସନ୍ନି ଦେଓଲଙ୍କ ତୁଳନାରେ ବବି ସେତେ ସଫଳ ନୁହଁନ୍ତି । ସନ୍ନି ଦେଓଲ ୧୯୮୩ରେ ବେତାବରେ ବଲିଉଡରେ ଏଣ୍ଟ୍ରୀ କରିଥିଲେ । ଏହାପରେ ବହୁ ହିଟ୍ ଫିଲ୍ମ ଦେଇଥିଲେ । ମାତ୍ର ତାଙ୍କ ସାନ ଭାଇ ବବି ଦେଓଲଙ୍କ କ୍ୟାରିୟର ଭଲ ନଥିଲା । ସନ୍ନିଙ୍କ ତୁଳନାରେ ସେ ବହୁତ ପଛରେ ।

ସାହିଦ କପୁର-ଇଷାନ: ବଲିଉଡର ଚକଲେଟ୍ ହିରୋ ସାହିଦ କପୁର । ଏକାଧିକ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି । ସାହିଦଙ୍କ ତୁଳନାରେ ତାଙ୍କ ଭାଇ ଇଷାନ ବଲିଉଡରେ ସେତେ ନେମଫ୍ରେମ କମାଇ ପାରିନାହାନ୍ତି । ଫିଲ୍ମ 'ଧଡକ'ରେ ଜାନବୀ କପୁରଙ୍କ ସହ ଏକ ଫିଲ୍ମରେ ଦେଖିବାକୁ ମିଳିଥିଲା ।

ଆଦିତ୍ୟ ଚୋପ୍ରା- ଉଦୟ ଚୋପ୍ରା : ଆଦିତ୍ୟ ଚୋପ୍ରା ବଲିଉଡର ଜଣେ ପ୍ରସିଦ୍ଧ ଫିଲ୍ମମେକର । ଆଦିତ୍ୟ ବହୁ ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । 'ଦିଲବାଲେ ଦୁଲ୍ଲହନିଆ ଲେ ଯାଏଗେଁ', 'ମହୋବତେ', 'ରବ ନେ ବନାଦି ଯୋଡି' ପରି ହିଟ୍ ଫିଲ୍ମ ଏହି ତାଲିକାରେ ରହିଛି । ତାଙ୍କ ସାନ ଭାଇ ଉଦୟ ଚୋପ୍ରା ଆଜି ଯାଏ କୌଣସି ଫିଲ୍ମରେ ସୋଲୋ ହିରୋ ହୋଇନାହାନ୍ତି । ହାତ ଗଣତି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି ।

ଦେବାନନ୍ଦ-ବିଜୟ ଆନନ୍ଦ: ସୁପରଷ୍ଟାର ଦେବାନନ୍ଦ ଆଜି ଆମ ଗହଣରେ ନାହାନ୍ତି । ମାତ୍ର ତାଙ୍କର ଜବରଦସ୍ତ ଅଭିନୟ ଆଜି ବି ଦର୍ଶକଙ୍କ ଦୃଦୟରେ ରହିଛି । ଦେବାନନ୍ଦ ପ୍ରଥମ ଥର ୧୯୪୦ରେ ସୁରିୟାଙ୍କ ବିପକ୍ଷରେ ଅଭିନୟ କରିଥିଲେ । ସେ ଜଣେ ଷ୍ଟାର କଳାକାର ହୋଇଥିଲେ ବି ତାଙ୍କ ଭାଇ ବିଜୟ ଆନନ୍ଦ  ଅଭିନୟରେ ପଛରେ ପଡି ଯାଇଥିଲେ । ଅଧିକାଂଶ ଫିଲ୍ମରେ ସେ ସାଇଡ ରୋଲ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.