ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଇନଷ୍ଟାଗ୍ରାମରୁ ଝିଅ ରାହାଙ୍କ ଫଟୋ ଡିଲିଟ୍‌ କଲେ ଆଲିଆ, ଜାଣନ୍ତୁ କାରଣ

Published By : Prameya | March 2, 2025 9:02 AM

ମୁମ୍ବାଇ ୦୨/୦୩: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଲାଡ୍‌ଲୀ ରାହା କପୁର । ରାହ ବର୍ତ୍ତମାନ ଲୋକପ୍ରିୟ ଷ୍ଟାର୍‌ କିଡ୍‌। ସମସ୍ତେ ତାଙ୍କର ଝଲକ ପାଇବାକୁ ଚାହିଁ ରହିଥାନ୍ତି। କିନ୍ତୁ ଫ୍ୟାନ୍ସଙ୍କ ପାଇଁ ଏବେ ରାହାଙ୍କୁ ଦେଖିବା କଷ୍ଟସାଧ୍ୟ ହେବ। କାରଣ ଆଲିଆ ତାଙ୍କ ଝିଅକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରୁ ରାହଙ୍କ ଚେହେରା ଦେଖାଯାଉଥିବା ଫଟୋଗୁଡିକୁ  ହଟାଇ ଦେଇଛନ୍ତି। 

ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରୁ ରାହାଙ୍କ ଅନେକ ଫଟୋ ହଟାଇ ଦେଇଛନ୍ତି। ଏଗୁଡ଼ିକ ସେହି ଫଟୋ ଯେଉଁଥିରେ ରାହାଙ୍କ ଚେହେରା ଦୃଶ୍ୟମାନ ହେଉଥିଲା। ଏଥିମଧ୍ୟରୁ କିଛି ଜାମନଗରର ଏବଂ କିଛି ରଣବୀର-ଆଲିଆଙ୍କ ପ୍ୟାରିସ ଟ୍ରିପ୍‌ର। ବର୍ତ୍ତମାନ ଇନଷ୍ଟାରେ ରାହାଙ୍କ କେବଳ ସେହି ଫଟୋଗୁଡ଼ିକ ରହିଛି  ଯେଉଁଥିରେ ତାଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ ।  ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। 



ଏହା ପୂର୍ବରୁ ମଧ୍ୟ ଆଲିଆଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ରାହାଙ୍କ ଫଟୋ ଉଠାଇବାକୁ ପାପାରାଜିଙ୍କୁ ମନା କରୁଥିବା ଦେଖାଯାଇଥିଲା।ଏହା ବ୍ୟତୀତ ରାହାଙ୍କ ଜେଜେମା ନୀତୁ କପୁର ମଧ୍ୟ କିଛି ସମୟ ପୂର୍ବରୁ ରାହାଙ୍କ ଅଧିକ ଫଟୋ ନ ନେବାକୁ ଅନୁରୋଧ କରିଥିଲେ। ତେବେ ସୈଫ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଲିଆ ଏହି ନିଷ୍ପତ୍ତି ନେଇଥିବା ଆଲୋଚନା ହେଇଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.