ପ୍ରମୂଖ ଖବର
  • ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ଟଳିଲେ ୨ ମାଓବାଦୀ, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍‌
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍; ୪ ମୃତ, ୨୦ ଆହତ
  • ||
  • ମାଟ୍ରିକ ପରୀକ୍ଷାରେ ବିଭ୍ରାଟ.. ବିଜ୍ଞାନ B ଏବଂ C ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ,ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ
  • ||
  • ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଭୁବନେଶ୍ୱର : ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଯାଜପୁର : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କୁ ମହଙ୍ଗା ମାଡ, ବଢିଲା କମର୍ସିଆଲ୍ ଗ୍ୟାସ୍ ଦର
  • ||
  • ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା: ବରଫ ତଳୁ ଆଉ ୧୪ ଶ୍ରମିକ ଉଦ୍ଧାର,ଏବେ ବି ୮ ଜଣଙ୍କୁ ରେସ୍କ୍ୟୁ ପାଇଁ ଚାଲିଛି ଉଦ୍ୟମ
  • ||
  • ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଦକ୍ଷିଣ ଆଫ୍ରିକା - ଇଂଲଣ୍ଡ ଟକ୍କର, ସମ୍ମାନ ବଞ୍ଚାଇବାକୁ ଲଢ଼ିବ ବଟଲର ବାହିନୀ
  • ||
  • ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୨ ଲକ୍ଷ ଟଙ୍କାର ପୁରସ୍କାର
  • ||
  • ସୁମା ରିୟଲ ମିଡିଆର ‘ୱାଓ’-୨୦୨୫’, ସମ୍ମାନିତ ହେବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଥିବା ମହିଳା
  • ||
  • ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ୟାକେଜ ଘୋଷଣା କରିବେ
  • ||
  • ଭୁବନେଶ୍ୱର : ଡିଭାଇଡର୍‌କୁ ପିଟି ଢାବାରେ ପଶିଗଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଂ ପ୍ରୋଜେକ୍ଟରେ ଶର୍ବରୀ, ଆୟୁଷ୍ମାନଙ୍କ ସହ କରିବେ ରୋମାନ୍ସ

Published By : Prameya | March 1, 2025 11:16 AM

ମୁମ୍ବାଇ ୦୧/୦୩: ବଲିଉଡ୍‌ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟା ପାରିବାରିକ ଓ ରୋମାଣ୍ଟିକ ଫିଲ୍ମ ଲାଗି ପ୍ରସିଦ୍ଧ । ନିକଟରେ ତାଙ୍କର ଆଗାମୀ ଫିଲ୍ମ ସଂପର୍କରେ ନୂଆ ଅପଡେଟ୍‌ ଆସିଛି । ସେ ଅନୁସାରେ, ସେହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ଶର୍ବରୀ ୱାଘ ସ୍କ୍ରିନ ଶେୟାର କରିପାରନ୍ତି । ଉଭୟ ବଡ଼ଜାତ୍ୟା ଓ ଶର୍ବରୀଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ଜାରି ରହିଛି । ଶର୍ବରୀଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିବାବେଳେ ସେ ଆୟୁଷ୍ମାନଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ମଧ୍ୟ ଅଛନ୍ତି । ପରଦାରେ ସରଳତା ଓ ସମ୍ବେଦନଶୀଳତାକୁ ପ୍ରଭାବଶାଳୀ ଭାବେ ବ୍ୟକ୍ତ କରିବା ଲାଗି ଶର୍ବରୀଙ୍କର କ୍ଷମତାକୁ ଦେଖି ତାଙ୍କୁ ଏହି ଭୂମିକା ଲାଗି ଚୟନ କରାଯାଇଥିବା କୁହାଯାଉଛି । 

ବଡ଼ଜାତ୍ୟାଙ୍କର ଏହି ଅପ୍‌କମିଂ ପ୍ରୋଜେକ୍ଟ ମଧ୍ୟ ରୋମାଣ୍ଟିକ ଫିଲ୍ମ ହେବ । ଯଦିଓ ତାର ଟାଇଟଲ ସାମ୍ନାକୁ ଆସିନାହିଁ ତେବେ ସେଥିରେ ଆୟୁଷ୍ମାନଙ୍କର ଚରିତ୍ରର ନାମ ରହିବ ‘ପ୍ରେମ୍‌’ । ଯଦି ସବୁକିଛି ଠିକ୍‌ଠାକ୍‌ ରହିଲା ତେବେ ଆୟୁଷ୍ମାନ ଓ ଶର୍ବରୀଙ୍କର ଏହା ପ୍ରଥମ ପ୍ରୋଜେକ୍ଟ ହେବ । ଚଳିତବର୍ଷ ମଧ୍ୟ ଭାଗରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିବାବେଳେ ଆସନ୍ତାବର୍ଷ ତାହା ରିଲିଜ୍‌ ହୋଇପାରେ । 

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶର୍ବରୀଙ୍କୁ ଆଗକୁ ‘ଆଲ୍‌ଫା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଖ୍ରୀଷ୍ଟମାସ ଅବସରରେ ଅର୍ଥାତ୍‌ ଚଳିତବର୍ଷ ଡିସେମ୍ବର ୨୫ରେ ତାହା ପ୍ରେକ୍ଷାଳୟକୁ ଆସିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.