ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ସୋଆ ଛାତ୍ରଛାତ୍ରୀଙ୍କୁ ଜୀବନର ସୂତ୍ର ଶିଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

Published By : Prameya | March 3, 2025 8:40 PM

ଭୁବନେଶ୍ୱର ୩/୦୩: ପାଠପଢ଼ା ଶେଷ ହେବା ପରେ ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ। ତେବେ ଜୀବନ ଯେଉଁ ପ୍ରତିବନ୍ଧକ ଗୁଡ଼ିକ ସମ୍ମୁଖରେ ଆଣି ରଖିବ ତୁମକୁ ତାହାର ସାମ୍‌ନା କରିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ପ୍ରେରଣାଦାୟୀ ବକ୍ତା ଆଶିଷ ବିଦ୍ୟାର୍ଥୀ । 

ପାଠ୍ୟକ୍ରମରୁ ଶିକ୍ଷା କରିଥିବା ଜ୍ଞାନ ପ୍ରାୟତଃ ଜୀବନରେ ଆବଶ୍ୟକ ହୋଇ ନଥାଏ । ତେଣୁ ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ସୋଆ ଏଚ୍‌ଆର୍ କନ୍‌କ୍ଲେଭ୍ ‘ସୋଆ ପ୍ରୋକ୍ସିମା’ର ୬ଷ୍ଠ ସଂସ୍କରଣର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି ବିଦ୍ୟାର୍ଥୀ ।

୧୧ଟି ବିଭିନ୍ନ ଭାଷାରେ ୩୫୦ ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବିଦ୍ୟାର୍ଥୀ କହିଛନ୍ତି ଯେ ତୁମେ କେଉଁଠାରୁ ଆସିଛ ତାହା କିଛି ଫରକ ପକାଏ ନାହିଁ । କିନ୍ତୁ ତୁମେ କେଉଁ ଦିଗରେ ଗତି କରୁଛ ତାହା ଗୁରୁତ୍ୱ ରଖେ। ୧୯୯୪ ମସିହାରେ ଗୋବିନ୍ଦ ନିହାଲାନୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦ୍ରୋହ କାଲ’ ନିମନ୍ତେ ପ୍ରଥମଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଥିବା ଅଭିନେତା ବିଦ୍ୟାର୍ଥୀ କହିଥିଲେ ଯେ ସେ ଗୋଟିଏ ଅନାମଧେୟ ସ୍ଥାନରୁ ବାହାରି ଆସି ନିଜର ସ୍ୱପ୍ନ ପୂରଣ କରିବାକୁ ଯାତ୍ରା ଆରମ୍ଭ କରିଥିଲେ । 

“ଯଦି କେହି ବ୍ୟକ୍ତି ତୁମକୁ ଥଟ୍ଟା କରୁଛି ତେବେ ମନ ଦୁଃଖ କର ନାହିଁ । ବରଂ ନମ୍ର ରହି ନିଜକୁ ଅଧିକ ଦୃଢ଼ କର ଓ ତ୍ରୁଟିଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କର” ବୋଲି ସେ କହିଥିଲେ । ଟାଇମ୍‌ସ ନାଓ ସହ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ କର୍ପୋରେଟ ଜଗତର ନେତୃବୃନ୍ଦ ଯୋଗ ଦେଇଥିଲେ। ଏହା ବିଦ୍ୟା ଜଗତ ଓ ଶିଳ୍ପ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ସହ ଯୁବବର୍ଗଙ୍କ ମଧ୍ୟରେ ନୂତନ ଚିନ୍ତା ଜାଗ୍ରତ କରିବା ତଥା ଜ୍ଞାନର ପ୍ରସାରଣ ନିମନ୍ତେ ଏକ ପ୍ରଚେଷ୍ଟା ଥିଲା। ଏହା ଛଡ଼ା ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଜଗତର ନେତୃବୃନ୍ଦଙ୍କ ସଂସ୍ପର୍ଶରେ ଆସିବାରେ ମଧ୍ୟ ସହାୟକ ହୋଇଥିଲା ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋଆ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ନିର୍ଦ୍ଦେଶକ ଶ୍ରୀ ରିପ୍ତୀ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌)ର ଡେଲିଭରି ସେଂଟର ହେଡ ଶ୍ରୀ ବିଭୁ ପଣ୍ଡା ଏବଂ ଟିସିଏସ୍‌ର ଏକାଡେମିକ ଆଲାୟନ୍‌ସେସ୍ ଗ୍ରୁପ୍‌, ଇଣ୍ଡିଆ (ଇଷ୍ଟ)ର ଆଂଚଳିକ ମୁଖ୍ୟ ଶ୍ରୀ ସୈାଭିକ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ୨୪ ଜଣ ବିଶିଷ୍ଟ ମାନବ ସମ୍ବଳ ନେତୃବୃନ୍ଦ ବକ୍ତବ୍ୟ ରଖିଥିବା ବେଳେ ୧୨ ଟି ବିଭିନ୍ନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହିପରି ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ୩୫ଟି ଅଭିନବ ପ୍ରକଳ୍ପକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତମାନ ପରିସ୍ଥିତିରେ ଶିଳ୍ପ କ୍ଷେ୍‌ତ୍ରର ଆବଶ୍ୟକତା, ପାଠ୍ୟକ୍ରମ ବ୍ୟତୀତ ଆବଶ୍ୟକୀୟ ଦକ୍ଷତା ଏବଂ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ଆଇଟି ଏବଂ ଶିଳ୍ପ କ୍ଷେତ୍ରର ପ୍ରାୟ ୧୧୭ ଜଣ ମାନବ ସମ୍ବଳ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ବିପୁଲ ଗୋୟଲଙ୍କର ପ୍ରଦର୍ଶନ ସୋଆ ଛାତ୍ରଛାତ୍ରୀଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ସୋଆର ସବୁଠାରୁ ମହତ୍ୱପୂର୍ଣ୍ଣ କ୍ୟାମ୍ପସ୍ ପାର୍ଟନର ଭାବେ ଟାଟା କନ୍‌ସଲ୍ଟାନ୍‌ସି ସର୍ଭିସେସ୍ (ଟିସିଏସ୍‌)କୁ ମାନ୍ୟତା ପ୍ରଦାନ କରାଯାଇଥିଲା। ୨୦୦୭ ମସିହାରୁ ସୋଆ ସହିତ ଟିସିଏସ୍‌ର ସମ୍ପର୍କ ରହିଥିବା ବେଳେ ଏହି ଅନୁଷ୍ଠାନ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ୪୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ଦେଇଛି । ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ୩୦ ଜଣ ମାନବ ସମ୍ବଳ ବିଶେଷଜ୍ଞଙ୍କୁ ଏହି କ୍ଷେତ୍ରରେ ନିଜର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.