ହାଇଦ୍ରାବାଦ,୦୩/୦୩: ଦିନ ପରେ ଦିନ ଗଡି ଚାଲିଛି । ତେଲେଙ୍ଗାନା ଟନେଲ ଟ୍ରାଜେଡିକୁ ୧୦ ଦିନ ବିତିଗଲାଣି । ଅନ୍ଧାରୀ ସୁଡଙ୍ଗରେ ଫଶି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ନିର୍ମାଣଧୀନ ଶ୍ରୀଶୈଳମ ଲେଫ୍ଟ ବ୍ୟାଙ୍କ କେନାଲ (ଏସଏଲବିସି) ଟନେଲ ଭୁଶୁଡିବାକୁ ଇତିମଧ୍ୟରେ ୧୦ ଦିନ ହୋଇଗଲାଣି । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଲାଗିପଡିଛନ୍ତି ଟିମ୍ ହେଲେ କିଛି ସୁଫଳ ମିଳୁନାହିଁ । ୮ ଶ୍ରମିକଙ୍କୁ ବାହାର କରିବା ସମ୍ଭବ ହୋଇନାହିଁ । ଶ୍ରିମକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଶ୍ରମିକଙ୍କ ସୁରକ୍ଷାକୁ ନେଇ ଆଶା ମଉଳିବାରେ ଲାଗିଛି । ସେପଟେ ରବିବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।
ଗତ ଫେବୃଆରୀ ୨୨ ତାରିଖରେ ଟନେଲ ଭୁଶୁଡି ପଡିଥିଲା । ଅଘଟଣକୁ ଦିନ ପରେ ଦିନ ଗଡିବାରେ ଲାଗିଛି । ଅନବରତ ଖୋଳା ଚାଲିଛି ହେଲେ କିଛି ସୁଫଳ ମିଳୁନାହିଁ । ଶ୍ରମିକଙ୍କ ସୁରକ୍ଷାକୁ ନେଇ ଆଶଙ୍କା ଦେଖା ଦେଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୧୦ ଦିନ ହେବ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ ।
ଅଧିକ ପଢନ୍ତୁ...Telangana tunnel collapse: ସୁଡଙ୍ଗରୁ ବାହାରୁଛି କାଦୁଅ, ପାଣି ; ଆଶଙ୍କାରେ ୮ ଜୀବନ
ଅନ୍ଧାରୀ ସୁଡଙ୍ଗରେ କେମିତି ଅଛନ୍ତି କଣ ଖାଉଥିବେ ତାକୁ ନେଇ ଏପଟେ ପରିବାର ଚିନ୍ତାରେ ରହିଛି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା, ମେରାଇନ କମାଣ୍ଡ ଫୋର୍ସ, ନୌସେନା, ଜିଏସଆଇ, ୬ ରାଟ୍ ମାଇନର ସମେତ ୭୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶେଷ ୪୦ ମିଟିର ଚ୍ୟାଲେଞ୍ଜ ହୋଇଥିଲା । ସୁଡଙ୍ଗରୁ ଖାଲି ପାଣି ଓ କାଦୁଅ ବାହାରୁଥିଲା । ଏହାକୁ ହଟାଇବା ରେସ୍କ୍ୟୁ ଟମ୍ ପାଇଁ କଷ୍ଟକର ହୋଇଛି ।