ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Rohit Sharma: ରୋହିତ ଶର୍ମାଙ୍କୁ ‘ମୋଟା ଓ ଅଯୋଗ୍ୟ ଅଧିନାୟକ’ କହି ବିବାଦରେ ଫସିଥିବା ଶମା ମହମ୍ମଦ କିଏ ?

Published By : Tapas Panda | March 3, 2025 6:03 PM

Image Courtesy: zeenews

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ସୋମବାର ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବୃଦ୍ଧି ପାଇଛି ।  ଏକ୍ସରେ ଏକ ପୋଷ୍ଟରେ, ସେ ରୋହିତଙ୍କୁ ‘ମୋଟା’ ଏବଂ  ଅଯୋଗ୍ୟ ଅଧିନାୟକ ବୋଲି କହିଥିଲେ। ସେ ଲେଖିଥିଲେ, ଖେଳାଳି ଭାବରେ ରୋହିତ ଶର୍ମା ମୋଟା । ଓଜନ ହ୍ରାସ କରିବା ଆବଶ୍ୟକ । ନିଶ୍ଚିତ ଭାବରେ, ରୋହିତ ଶର୍ମା ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ । 

ଏହି ପୋଷ୍ଟକୁ ନେଇ ବିବାଦ ବୃଦ୍ଧି ପାଇବା ପରେ ଶମା ମହମ୍ମଦ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ତାଙ୍କର ମନ୍ତବ୍ୟ ବଡି ସେମିଂ ବା ଶରୀରକୁ ଆକ୍ଷେପ ପାଇଁ ନୁହଁ ବରଂ ଜଣେ ଖେଳାଳିଙ୍କ ଫିଟନେସ୍‌ ଉପରେ ଥିଲା । ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ ଏକ ସାଧାରଣ ଟ୍ୱିଟ୍ ଥିଲା ବୋଲି ସେ କହିଛନ୍ତ । ଏପରିକି ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ ବୋଲି ଶମା ମହମ୍ମଦ କହିଛନ୍ତି । ସେପଟେ ବିବାଦ ବୃଦ୍ଧି ପାଇବା ପରେ ଶମା ମହମ୍ମଦ ନିଜର ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି । 

ରୋହିତ ଶର୍ମାଙ୍କ ବଡି ସେମିଂ ମନ୍ତବ୍ୟକୁ ନେଇ ବିବାଦ: ବିଜେପିର ବିରୋଧ ପରେ ପୋଷ୍ଟ ଡିଲିଟ୍ କଲେ ଶମା ମହମ୍ମଦ, କଂଗ୍ରେସ ରଖିଲା ସ୍ପଷ୍ଟୀକରଣ

ଶମା ମହମ୍ମଦ କିଏ?

ଶମା ମହମ୍ମଦ କେରଳର କନ୍ନୁରରେ ଜନ୍ମଗ୍ରହଣ କରିଥିଲେ ।  ପେଶାରେ ସେ ଜଣେ ଦନ୍ତ ଚିକିତ୍ସକ (ଡେଣ୍ଟିଷ୍ଟ)  । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସାମ୍ବାଦିକ ଭାବରେ କାମ କରୁଥିଲେ । ସେ ୨୦୧୫ ରେ କଂଗ୍ରେସ ମୁଖପାତ୍ର ହୋଇଥିଲେ ଏବଂ ୨୦୨୮ରେ ତାଙ୍କୁ ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ ନିଯୁକ୍ତ କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଶମା ମହମ୍ମଦ ମାଙ୍ଗାଲୁରୁର ୟେନେପୋୟା ଡେଣ୍ଟାଲ୍ କଲେଜରୁ ଡେଣ୍ଟାଲ୍ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ କରିବା ପୂର୍ବରୁ କୁୱେତର ଏକ ଭାରତୀୟ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ (୧୯୯୨-୧୯୯୭)। ସାମ୍ବାଦିକତା କରିବା ପୂର୍ବରୁ ସେ ଦନ୍ତ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିଲେ ।

ଶମା ମହମ୍ମଦ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ତାଙ୍କୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେ ଦଳର ଜାତୀୟ ମୁଖପାତ୍ର ହୋଇଥିଲେ ।

ସେ କଂଗ୍ରେସ ଦଳର ଜଣେ ସକ୍ରିୟ ରାଜନୈତିକ ବ୍ୟକ୍ତିତ୍ୱ । ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ଦଳର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥାନ୍ତି । କଂଗ୍ରେସ ଶମା ମହମ୍ମଦଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିବା ବେଳେ ତାଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ କହିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.